ଓଡିଶା

odisha

ETV Bharat / city

ଖସିବ ପାରଦ, ଆସନ୍ତା 24 ଘଣ୍ଟା ଥରିବ ଓଡିଶା ! - କୁହୁଡି ବଳୟରେ ଓଡିଶା

କୁହୁଡି ବଳୟରେ ରହିଛି ଓଡିଶା । ଆସନ୍ତା ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ..

ଖସିବ ପାରଦ, ଆସନ୍ତା 24 ଘଣ୍ଟା ଥରିବ ଓଡିଶା !
ଖସିବ ପାରଦ, ଆସନ୍ତା 24 ଘଣ୍ଟା ଥରିବ ଓଡିଶା !

By

Published : Dec 14, 2020, 10:03 PM IST

Updated : Dec 14, 2020, 10:12 PM IST

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଖସିବ ପାରଦ ! ଜାଡରେ ଥରିବ ସାରା ଓଡିଶା ! କୁହୁଡି ବଳୟରେ ରହିଛି ଓଡିଶା । ଆସନ୍ତା ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ।

କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବୌଦ୍ଧ, କେନ୍ଦୁଝର, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ କୁହୁଡି ଦେଖାଯିବ ।

ଖସିବ ପାରଦ, ଆସନ୍ତା 24 ଘଣ୍ଟା ଥରିବ ଓଡିଶା !

ତେବେ ଦୁଇ ତିନି ପରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ଖସିବ ଫଳରେ ପ୍ରବଳ ଶୀତ ଅନୁଭୂତ ହେବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଗତ ୨୪ ଘଣ୍ଟା ଭିତରେ କଟକ, ଜଗତସିଂହପୁର, ଅନୁଗୁଳ, କେଉଁଝର ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖାଯାଇଛି । ଫୁଲବାଣୀରେ ସର୍ବନିମ ତାପମାତ୍ରା ୧୨.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 14, 2020, 10:12 PM IST

ABOUT THE AUTHOR

...view details