ଓଡିଶା

odisha

ETV Bharat / city

13ରୁ ବିଧାନସଭା ଶୀତ ଅଧିବେଶନ, ଏଥର ଅନଲାଇନରେ ତାରକା ପ୍ରଶ୍ନ - ବିଧାନସଭାରେ ନୂଆ ସଂସ୍କାର

ଚଳିତ ବିଧାନସଭାର ଶୀତ ଅଧିବେଶନ ପାଇଁ କିଛି ନୂଆ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ପାଇଁ ତାରକା ପ୍ରଶ୍ନ ଅନଲାଇନରେ ଆବେଦନ କରିପାରିବେ ବିଧାୟକ ।

ଫାଇଲ ଫଟୋ

By

Published : Nov 8, 2019, 6:10 PM IST


ଭୁବନେଶ୍ବର: ଆସନ୍ତା 13ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନ ପାଇଁ କିଛି ନୂଆ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ଯାହା ବିଧାନସଭା ଇତିହାସରେ ପ୍ରଥମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ଥର ପାଇଁ ତରକା ପ୍ରଶ୍ନ ଅନଲାଇନରେ ଆବେଦନ କରି ହେବ । NEVA ଆପ୍‌ ଜରିଆରେ ଏହି ଆବେଦନ କରିବାକୁ ହେବ । ପୂର୍ବରୁ ତାରକା ପ୍ରଶ୍ନ, କଲିଂ ଆଟେନସନ, ମୁଲତବି ନୋଟିସ ପାଇଁ ଏକ ଫର୍ମ ଜରିଆରେ ଆବେଦନ କରିବାକୁ ପଡ଼ୁଥିଲା । ହେଲେ ଏବେ ଏହି ଆପ୍‌ ଜରିଆରେ ବିଧାୟକ ଯେକୌଣସି ସ୍ଥାନରେ ଥିଲେ ବି ଅନଲାଇନରେ ଆବେଦନ କରିପାରିବେ । ସେହିଭଳି ତାରକା ପ୍ରଶ୍ନ ଗୁଡିକର ଉତ୍ତର ମଧ୍ୟ ଅନଲାଇନରେ ଉପଲବ୍ଧ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details