ଭୁବନେଶ୍ବର: ବୁଧବାରଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନର କାର୍ଯ୍ୟକ୍ରମ ଅନୁସାରେ ଅଧିବେଶନ ଆରମ୍ଭ ହେବା ପରେ ଦିବଂଗତ ନେତା ଓ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ପରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ବୁଧବାରଠୁ ବିଧାନସଭା ଶୀତ ଅଧିବେଶନ, ଆଗତ ହେବ ଅତିରିକ୍ତ ବଜେଟ - Winter session of Odisha Assembly
ବୁଧବାରଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଫାଇଲ ଫଟୋ
ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ପୂର୍ବରୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିଥିବା ବେଳେ, ଏହାକୁ ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନା କରାଯିବ। ପ୍ରାୟ 8300 କୋଟି ଟଙ୍କାର ଅତିରିକ୍ତ ବଜେଟ ଆକଳନ କରାଯାଇଛି। ଯାହାକି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆବଶ୍ୟକ ଥିବା ଅଧିକ ପାଣ୍ଠିରେ ବିନିଯୋଗ ହେବ ବୋଲି ଜଣାପଡିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Nov 12, 2019, 9:04 PM IST