ଭୁବନେଶ୍ବର:ଶୀତ ଅଧିବେଶନ ଦ୍ବିତୀୟ ଦିନ ମଧ୍ୟ ବିରୋଧୀଙ୍କ ହୋ ହଲ୍ଲାରେ ବଳି ପଡ଼ି ଯାଇଛି । ସକାଳୁ ଗୃହ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ଣ ୪ଟା ଗୃହ ମୁଲତବୀ କରାଯାଇଥିଲା ।
ତେବେ ୪ଟା ପରେ ଗୃହ ଆରମ୍ଭ ହେବାପରେ ମାତ୍ର୧୩ ମିନିଟ ହିଁ ଚାଲି ପାରିଥିଲା ଗୃହ । ଏଥିପାଇଁ ଶୁକ୍ରବାର ୧୦.୩୦ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦରୁ ବହିଷ୍କାର ଓ CBI ତଦନ୍ତ ଦାବିରେ ବିରୋଧୀ ଗୃହରେ ହୋହଲ୍ଲା ସହ ନାରାବାଜି କରିଥିଲେ ।