ଓଡିଶା

odisha

ETV Bharat / city

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ, ଡିଜିପିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ - ତ୍ରିସ୍ତରୀୟ ଢାଞ୍ଚା ଗ୍ରହଣ କଲେ ଡିଜିପି

ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ। ପୋଲିସ ଡିଜିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ। DCP ଓ ପୋଲିସ କମିଶନର ଉପସ୍ଥିତ। ଅଧିକ ଖବର ପଢନ୍ତୁ...

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ,ତ୍ରିସ୍ତରୀୟ ଢାଞ୍ଚା ଗ୍ରହଣ କଲେ ଡିଜିପି

By

Published : Nov 12, 2019, 12:53 PM IST

ଭୁବନେଶ୍ବର: ବୁଧବାରଠାରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ। ଏଥିପାଇଁ ତ୍ରିସ୍ତରୀୟ ଢାଞ୍ଚା ଗ୍ରହଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ବି କେ. ଶର୍ମା । ଏହାସହ ୩ଟି କଣ୍ଟ୍ରୋଲ ରୁମ, ନର୍ଥ ଗେଟ୍ ଧାରଣାସ୍ଥଳ ଓ ୟୁନିଫାଏଡ୍ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି।

ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଆବଶ୍ୟକୀୟ ପ୍ଲାଟୁନ୍ ଫୋର୍ସ ଓ ୯୦ ଅଫିସର ଦାୟିତ୍ବରେ ରହିଛନ୍ତି । ଭିଡହିଂସା ଓ ସମ୍ଭାବ୍ୟ ବଡ ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମ୍ ମୁତୟନ ରହିବେ। ଏହା ସହିତ ରୁଫ୍ ଟପ୍ ସିକ୍ୟୁରିଟି ବ୍ୟବସ୍ଥା ଓ ସାଧା ପୋଷାକରେ ପୋଲିସ ରହିବେ।

ସୁରକ୍ଷା ବ୍ୟବସ୍ଥାରେ କୌଣସି ଭୁଲ ଯେପରି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି। ଖୋଦ ପୋଲିସ ଡିଜି ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ,ତ୍ରିସ୍ତରୀୟ ଢାଞ୍ଚା ଗ୍ରହଣ କଲେ ଡିଜିପି

ବିଧାନସଭା ଭିତର, ପରିସର ଓ ପିଏମଜି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯିବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଚଳିତ ଅଧିବେଶନ ସମ୍ଭବତଃ ଅନେକ ସରକାରୀ ବେସରକାରୀ କର୍ମଚାରୀଙ୍କ ଉପରେ ନଜର ରହିଛି।

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ,ତ୍ରିସ୍ତରୀୟ ଢାଞ୍ଚା ଗ୍ରହଣ କଲେ ଡିଜିପି

ସେଥିପାଇଁ ବିଭିନ୍ନ ସଂଗଠନ, ଦଳ, ସରକାରୀ ହେଉବା ବେସରକାରୀ ସମସ୍ତେ ନିଜ ନିଜ ଦାବି ପାଇଁ ଭୁବନେଶ୍ବର ପିଏମଜିରେ ଏକଜୁଟ ହୋଇପାରନ୍ତି । ଅନେକ ସମୟରେ ଆନ୍ଦୋଳନକାରୀ ହିଂସ୍ର ହେବା ସମ୍ଭାବନା ଥିବାରୁ ସେମାନଙ୍କୁ ଆୟତ କରିବା ପ୍ରଥମେ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ।

ଏହାସହ ସୁରକ୍ଷା ଲାଗି ପ୍ଳାଟୁନ, ବଛା ବଛା ଅଫିସର, କ୍ୟୁଆରଟି, ରୁଫଟପ ସିକ୍ୟୁରିଟି, ସାଧାପୋଷାକଧାରୀ ପୋଲିସ, ଡଗ ସ୍କାଡ ମୁତୟନ ହେବେ। ବିଧାନସଭା ସୁରକ୍ଷା ଲାଗି ପୋଲିସ ଡିଜିପି, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦଶେକ ଓ ଭୁବନେଶ୍ବର ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details