ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ । କୌଣସି ବିଦ୍ୟାଳୟକୁ ଉଦେଶ୍ୟମୂଳକ ଭାବେ ବନ୍ଦ କରିବା ସରକାରଙ୍କ ଉଦେଶ୍ୟ ନୁହେଁ । ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି । ରାଜ୍ୟରେ 14382 ସ୍କୁଲରେ 40ରୁ କମ ଛାତ୍ରଛାତ୍ରୀ ଅଛନ୍ତି । ସେଥିରୁ 7 ହଜାର 772 ସ୍କୁଲକୁ ମିଶ୍ରଣ ପାଇଁ ପକ୍ରିୟା କରାଯାଉଛି ।
ସ୍କୁଲ ବନ୍ଦ ଉପରେ ଉତ୍ତର ରଖିଲେ ମନ୍ତ୍ରୀ, 'ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି'
17:20 November 22
ସ୍କୁଲ ବନ୍ଦ ଉପରେ ଉତ୍ତର ରଖିଲେ ମନ୍ତ୍ରୀ, 'ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି'
16:34 November 22
ଜିଲ୍ଲାସ୍ତରରେ ଥିବା କମିଟିରେ ବିଧାୟକଙ୍କୁ ସାମିଲ କରିବାକୁ ନରସିଂହ ମିଶ୍ରଙ୍କ ଦାବି
ସ୍କୁଲ ବନ୍ଦ ପ୍ରସଙ୍ଗ ରେ ଗୃହରେ ଆଲୋଚନା ଜାରି । କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଜିଲ୍ଲାସ୍ତରରେ ଥିବା କମିଟିରେ ବିଧାୟକଙ୍କୁ ସାମିଲ କରନ୍ତୁ । ବିଧାନସଭା ପରେ ତୁରନ୍ତ ବୈଠକ ଡାକନ୍ତୁ । କେବିକେ ଅଞ୍ଚଳରେ ଏହି ଆଇନ ଲାଗୁ କରାନଯିବାକୁ ଦାବି କରିଛନ୍ତି ନରସିଂହ । ଶିକ୍ଷା ସହାୟକମାନେ ଗୁଣାତ୍ମକ ଶିକ୍ଷା ଦେଇପାରିବେ ନାହିଁ । ଭଲ ଶିକ୍ଷକ ରଖାଯାଉ । ଭଲ ଦରମା ଦିଆ ଯାଉ।ବୋଲି ନରସିଂହ ମିଶ୍ର କହିଛନ୍ତି ।
14:00 November 22
ରାଜ୍ୟରେ 15 ହଜାର 511 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ପକ୍କାଘର
ଭୁବନେଶ୍ବର: ରାଜ୍ୟରେ 15 ହଜାର 511 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ପକ୍କାଘର । ବିଧାନସଭାର ଶୀତଅଧିବେଶନର ତୃତୀୟ ଦିନରେ ମତ ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ତେବେ ୪୬ ହଜାର ୨୫୭ କେନ୍ଦ୍ରର ନିଜସ୍ବ ପକ୍କା ରହିଛି । ରାଜ୍ୟରେ 72 ହଜାର 587 ରହିଛି ଅଙ୍ଗନବାଡି କେନ୍ଦ୍ର ।
13:45 November 22
ରାଜ୍ୟରେ ଅକ୍ଟୋବର ସୁଦ୍ଧା ପଞ୍ଜିକୃତ ବେକାରୀ ସଂଖ୍ୟା 8 ଲକ୍ଷ 96 ହଜାର
ଭୁବନେଶ୍ବର: ରାଜ୍ୟ ବେକାରୀ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଅକ୍ଟୋବର 31 ସୁଦ୍ଧା ରାଜ୍ୟରେ 8 ଲକ୍ଷ 96 ହଜାର ପଞ୍ଜିକୃତ ବେକାରୀ । ଗତ 6 ବର୍ଷରେ 13 ଲକ୍ଷ 66 ହଜାର 166 ଜଣକୁ ଦିଆଯାଇଛି ତାଲିମ ।
13:44 November 22
ସ୍କୁଲ ମିଶ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଲା ବିଜେଡି
ଭୁବନେଶ୍ବର: ସ୍କୁଲ ମିଶ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଲା ବିଜେଡି । ସ୍କୁଲ ମିଶ୍ରଣ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି । 2017 ନୀତି ଆୟୋଗ ମିଶ୍ରଣ ପାଇଁ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଆସିଛି ।
13:38 November 22
ସ୍କୁଲ ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଲେ ବିଧାୟକ ପ୍ରତାପ କିଶୋରୀ
ସ୍କୁଲ ବନ୍ଦ ପ୍ରସଙ୍ଗରେ ଭାଗ ନେଇ ବିରୋଧୀଙ୍କ ଉତ୍ତର ରଖିଲେ ବିଧାୟକ ପ୍ରତାପ କିଶୋରୀ ଦେବ । ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି । ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି । ଚାଲି ନ ଜାଣି ବାଟର ଦୋଷ ଦେଲା ଭଳି ବିରୋଧୀ ବ୍ୟବହାର କରୁଛନ୍ତି ।
11:10 November 22
ସ୍କୁଲ ବନ୍ଦ ନେଇ ଗୃହରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଙ୍କ ଉଦବେଗ୍
ଭୁବନେଶ୍ବର: ସ୍କୁଲ ବନ୍ଦ ନେଇ ଗୃହରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଙ୍କ ଉଦବେଗ୍ । ଏପରି ହେଲେ ବହୁ ସ୍କୁଲ ବନ୍ଦ ହୋଇଯିବ । କୋରାପୁଟରେ ପ୍ରାୟ 800 ସ୍କୁଲ ବନ୍ଦ ହୋଇଯାଇପାରେ । ଆମେ ଗୃହର ସଦସ୍ୟ ଏ ବାବଦରେ ଅବଗତ ନାହିଁ, ସାଢେ 11 ହଜାର ସ୍କୁଲ ବନ୍ଦ ହେଲେ ଭବିଷ୍ୟତର ଆତ୍ମଘାତୀ ହେବ । ନିଷ୍ପତ୍ତିର ପୁନଃ ବିଚାର ନ ହେଲେ ପୋଡିୟମରେ ବସିବେ କହିଲେ ବିଷ୍ଣୁ ସେଠୀ ।
11:00 November 22
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗ; ଆଲୋଚନା ଆରମ୍ଭ କଲେ ପ୍ରମିଲା ମଲ୍ଲିକ
ଭୁବନେଶ୍ବର: ମୋସନ ଆଲୋଚନା କରି ସରକାରୀ ଦଳ ମୁଖ୍ୟ ସଚେତକଙ୍କ ବିବୃତ୍ତି ।ସ୍କୁଲକୁ ବନ୍ଦ କରାଯାଇନାହିଁ,ମିଶ୍ରଣ ହୋଇଛି । ଶିକ୍ଷାରୁ ବଞ୍ଚିତ ପାଇଁ ସରକାର ବ୍ୟବସ୍ଥା କରିନାହାଁନ୍ତି ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା ହେଉଛି । ଅନେକ ସ୍ଥାନରେ 8 ଜଣ ଛାତ୍ରଛାତ୍ରୀରେ 2 ଜଣ ଶିକ୍ଷକ ଅଛନ୍ତି ଯାହା ଯଥାର୍ଥ ନୁହେଁ ।
10:02 November 22
ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ ଆରମ୍ଭ
ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ସକାଳ ସାଢେ 10 ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗରେ ଆସିଥିବା ମୋସନର ଆଲୋଚନା । ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ ଓ ସୁବ୍ୟବସ୍ଥିକରଣ ମୋସନ ଉପରେ ହେବ ଆଲୋଚନା । ପ୍ରସ୍ତାବ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ ।