ଓଡିଶା

odisha

By

Published : Mar 15, 2022, 11:02 PM IST

ETV Bharat / city

ସହରାଞ୍ଚଳରେ ମିଳିବନି ମଦ ! ଆସନ୍ତା 22ରୁ 26 ମଦ ବିକ୍ରି ବନ୍ଦ

ମାର୍ଚ୍ଚ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି । ଅଧିକ ପଢନ୍ତୁ

ଆସନ୍ତା 22ରୁ 26 ମଦ ବିକ୍ରି ବନ୍ଦ
ଆସନ୍ତା 22ରୁ 26 ମଦ ବିକ୍ରି ବନ୍ଦ

ଭୁବନେଶ୍ବର: 22 ରୁ 26 ମଦ ଦୋକାନ ବନ୍ଦ । ପୌର ନିର୍ବାଚନ ପାଇଁ ବନ୍ଦ ରହିବ ମଦ ଦୋକାନ । ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ବିକ୍ରି ନିଷେଧ ରହିବା ନେଇ ଘୋଷଣା ।


ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବକାରୀ କମିଶନର ଚିଠି ଲେଖିଛନ୍ତି । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ରୁ ୨୬ ଯାଏଁ ଅବକାରୀ ବିଭାଗ ପକ୍ଷରୁ କଟକଣା ଲାଗୁ କରାଯାଇଛି । ମଦ ଦୋକାନ, ହୋଟେଲ, ରେସ୍ତୋରାଁ ଓ କ୍ଲବ୍‌ରେ ମଦ୍ୟପାନ ବି ନିଷେଧ । ସ୍ବତନ୍ତ୍ର ଅନୁମତି ଥିଲେ ମଧ୍ୟ ତାରକା ହୋଟେଲ ଓ କ୍ଲବ୍‌ରେ ମଦ୍ୟପାନକୁ ବ୍ୟାନ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details