ଓଡିଶା

odisha

ETV Bharat / city

ପାଖଉଛି ଅମ୍ଫାନ: ରାଜଧାନୀରେ ବଢୁଛି ପବନର ବେଗ - ବାତ୍ୟା ପ୍ରଭାବ

ଅତି ଭୟଙ୍କର ରୁପ ନେଇଛି ମହାବାତ୍ୟା ଅମ୍ଫାନ । ଭୁବନେଶ୍ବରରେ ବଢୁଛି ପବନର ବେଗ । ଅଧିକ ପଢନ୍ତୁ...

ବାତ୍ୟା ପ୍ରଭାବରୁ ରାଜଧାନୀ ଭୁବନେଶ୍ବରରେ ବଢୁଛି ପବନର ବେଗ
ବାତ୍ୟା ପ୍ରଭାବରୁ ରାଜଧାନୀ ଭୁବନେଶ୍ବରରେ ବଢୁଛି ପବନର ବେଗ

By

Published : May 20, 2020, 10:41 AM IST

ଭୁବନେଶ୍ବର: ଅତି ଭୟଙ୍କର ରୁପ ନେଇଛି ମହାବାତ୍ୟା ଅମ୍ଫାନ । ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ପାରାଦୀପ ଠାରୁ 125 କିଲୋମିଟର ଦୂରରେ ରହିଥିବା ବେଳେ ଦୀଘାଠାରୁ 225 କିଲୋମିଟର ଦୂରରେ ରହିଛି।

ବାତ୍ୟା ପ୍ରଭାବରୁ ରାଜଧାନୀ ଭୁବନେଶ୍ବରରେ ବଢୁଛି ପବନର ବେଗ

ବାତ୍ୟା ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପବନର ବେଗ ବଢିବାରେ ଲାଗିଛି । ବର୍ତ୍ତମାନର ପବନର ବେଗ ଘଣ୍ଟା ପ୍ରତି 170 ରୁ 180 କିମି ରହିଛି । ପାରାଦୀପରେ ଘଣ୍ଟା ପ୍ରତି ବେଗ 102 କିଲୋମିଟର ଥିବାବେଳେ ଚାନ୍ଦବାଲିରେ 74, ଭୁବନେଶ୍ବରରେ 37, ବାଲେଶ୍ବରରେ 61, ପୁରୀରେ 41, ଗୋପାଳପୁରରେ 41 କିଲୋମିଟର ବେଗରେ ପବନ ହେଉଛି। ସେହିପରି ପାରାଦୀପରେ ସର୍ବାଧିକ 208 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଘଣ୍ଟା ପ୍ରତି ବାତ୍ୟାର ବେଗ ରହିଛି 14 କିଲୋମିଟର ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ବାତ୍ୟା ଅମ୍ଫାନ ଦିନ 2ଟାରେ ପାରାଦୀପ ଦେଇ ଗତି କରିବ ବୋଲି ଜଣାପଡିଛି ।

ଭୁନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details