ଭୁବନେଶ୍ବର: କୋର୍ଟରୁ ଧରିବା ପାଇଁ ନିର୍ଦ୍ଦେଶ ରହିଛି ଅଥଚ ଧରୁନାହାନ୍ତି ଥାନାବାବୁ । NBW(non-bailable warrant) ଥିବା ଆସାମୀକୁ ବାନ୍ଧିବାକୁ ପୋଲିସ ପଛଘୁଞ୍ଚା ଦେବାରୁ ନ୍ୟାୟ ଅପେକ୍ଷାରେ ମହିଳା । କାରଣ କୋର୍ଟରେ ହାଜର ହେଉନାହାନ୍ତି ଡୁମୁଡୁମାର ମିରଜ ହୁସେନ । ଯାହାଙ୍କ ନାଁରେ ରହିଛି ପତ୍ନୀଙ୍କୁ ଘରୋଇ ହିଂସା ଓ ନିର୍ଯାତନା ଦେବା ଭଳି ସଙ୍ଗୀନ ଅଭିଯୋଗ । ଏନେଇ କୋର୍ଟରେ ବିଚାରାଧିନ ଥିବା ବେଳେ କୋର୍ଟକୁ ଯାଉନଥିବାରୁ ତାଙ୍କ ନାଁରେ ଇସ୍ୟୁ ହୋଇଛି ଏନବିଡବ୍ଲୁ । ଏନେଇ ଖଣ୍ଡଗିରି ଥାନାକୁ ନିର୍ଦ୍ଦେଶ ରହିଛି ଏନବିଡବ୍ଲୁ ଥିବା ବ୍ୟକ୍ତିଙ୍କୁ କୋର୍ଟରେ ନେଇ ହାଜର କରାଇବା । ହେଲେ ରାଜନୈତିକ ଚାପ ଯୋଗୁଁ ସ୍ଥାନୀୟ ପୋଲିସ ଚୁପ ।
ବାରମ୍ବାର ଏନବିଡବ୍ଲୁ ବାହାରୁଥିଲେ ମଧ୍ୟ ଖଣ୍ଡଗିରି ପୋଲିସ ମିରଜ ହୁସେନଙ୍କୁ ଧରିପାରୁନି ପୋଲିସ । ଖୁଲମଖୁଲା ବୁଲୁଥିଲେ ମଧ୍ୟ ଧରିବାରେ ବିଫଳ ପୋଲିସ । ଏନେଇ ଖଣ୍ଡଗିରି ପୋଲିସ ବିରୋଧରେ ଡିସିପି ଅଫିସରେ ନିଜର ଅଭିଯୋଗ ଜଣାଇଛନ୍ତି ଡୁମୁଡୁମାର ନଗମା ବେଗମ । ଏପରିକି ପୂର୍ବରୁ ଜଣାଇଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କଠୁ ଚାପ ଥିବା ସତ୍ତ୍ବେ ଲୋକାଲ ପଲଟିକାଲ ପ୍ରେସରରେ ପୋଲିସ ତାକୁ ଗିରଫ କରୁନଥିବା ଅଭିଯୋଗ ଆଣିଛନ୍ତି ମିରଜ ହୁସେନଙ୍କ ପତ୍ନୀ ନଗମା । ସେ କହିଛନ୍ତି, ତାଙ୍କ ଜା’ ବର୍ତ୍ତମାନର କର୍ପୋରେଟର, ତାଙ୍କ ଦେଢଶୁର ଏକ୍ସ କର୍ପୋରେଟର, ପୋଲିସ ସହ ତାଙ୍କର ଭଲ ସମ୍ପର୍କ । ଏନେଇ ଘର ସାମ୍ନାରୁ ଫେରୁଛି ପୋଲିସ ଅଥଚ ମିରଜ ହୁସେନଙ୍କୁ ଧରିବାରେ ବିଫଳ ।