ଓଡିଶା

odisha

ETV Bharat / city

ସ୍ୱାମୀଙ୍କ ମୃତ୍ୟୁର ନ୍ୟାୟ ପାଇଁ ଓଏଚଆରସିଙ୍କ ନିକଟରେ ସ୍ତ୍ରୀ - ସ୍ୱାମୀଙ୍କ ମୃତ୍ୟୁର ନ୍ୟାୟ ପାଇଁ ଓଏଚଆରସିଙ୍କ ନିକଟରେ ପତ୍ନୀ

ସ୍ୱାମୀଙ୍କ ମୃତ୍ୟୁର ନ୍ୟାୟ ପାଇଁ ଓଏଚଆରସିଙ୍କ ନିକଟରେ ପତ୍ନୀ । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି । ଅଧିକ ପଢନ୍ତୁ...

Wife to the OHRC for justice for her husband's death
ସ୍ୱାମୀଙ୍କ ମୃତ୍ୟୁର ନ୍ୟାୟ ପାଇଁ ଓଏଚଆରସିଙ୍କ ନିକଟରେ ପତ୍ନୀ

By

Published : Dec 1, 2020, 6:51 PM IST

ଭୁବନେଶ୍ବର: ସ୍ବାମୀର ମୃତ୍ୟୁର ନ୍ୟାୟ ପାଇଁ ଓଏଚଆରସିଙ୍କ ନିକଟରେ ପତ୍ନୀ। ରହସ୍ୟ ଭାବରେ ସ୍ବାମୀର ହୋଇଛି ମୃତ୍ୟୁ। ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମିଳିବା ସାଙ୍ଗକୁ କ୍ଷତିପୂରଣ ଦାବି ସହ ଛୋଟ ଛୋଟ ଶିଶୁଙ୍କ ଭବିଷ୍ୟତକୁ ନେଇ ହଜାର ହେଇଛନ୍ତି ମୃତ ସ୍ବାମୀର ପତ୍ନୀ। ମୟୂରଭଞ୍ଜର କପ୍ତିପଦା ଅଞ୍ଚଳରେ ଘଟିଛି ଘଟଣା । ମୃତ ବ୍ୟକ୍ତି ଗଜେନ୍ଦ୍ର ନାୟକ ସକାଳୁ ଘରୁ ବାହାରି ଘର ପାଖ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ହେଲେ କିଛି ସମୟରେ ତାଙ୍କୁ ହସ୍ପିଟାଲରେ ପାଇଥିଲେ ପରିବାର ଲୋକ। ହେଲେ ଜଙ୍ଗଲରେ କିଛି ଫରେଷ୍ଟର ଅଧିକାରୀ ମାଡ ମାରିଥିବା ଅଭିଯୋଗ କରିଛନ୍ତି।

ସ୍ୱାମୀଙ୍କ ମୃତ୍ୟୁର ନ୍ୟାୟ ପାଇଁ ଓଏଚଆରସିଙ୍କ ନିକଟରେ ପତ୍ନୀ

ଯାହା ଦ୍ବାରା ଗଜେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗଜେନ୍ଦ୍ରଙ୍କର ପତ୍ନୀ ବିନୋଦିନୀ ନାୟକ ଏହି ଘଟଣାକୁ ନେଇ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଅଭିଯୋଗକୁ ଥାନା ଅଧିକାରୀ ରଖିନଥିଲେ। ଶେଷରେ ନିରାଶ ହୋଇ ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି ପତ୍ନୀ ବିନୋଦିନୀ । ସେ କହିଛନ୍ତି ସ୍ବାମୀର ମୃତ୍ୟୁ ରହସ୍ୟକୁ ପୁଙ୍ଖାନୁପୁଙ୍ଖନ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନଙ୍କର ନିକଟରେ ଅଭିଯୋଗ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details