ଭୁବନେଶ୍ବର:ସମ୍ପର୍କରେ ରକ୍ତଛିଟା । ରକ୍ତାକ୍ତ ହେବାକୁ ଲାଗିଲାଣି ସମ୍ପର୍କ । କେଉଁଠି ଭାଇ ଭାଇରେ ମାରପିଟ କେଉଁଠି ବାପ ପୁଅରେ ତ ପୁଣି କେଉଁଠି ସ୍ବାମୀ ସ୍ତ୍ରୀ ମଧ୍ୟରେ ଘଟୁଛି ତୁମୁଳକାଣ୍ଡ । ଲକ୍ଷ୍ମୀସାଗର ବୁଦ୍ଧେଶ୍ବରି କଲୋନିରେ ଘଟିଛି ଅଘଟଣ । ସ୍ତ୍ରୀକୁ ରାତି ଅଧରେ ଛୁରାମାଡ କରିଛି ସ୍ବାମୀ ।
ବୁଧେଶ୍ବରୀ କଲୋନୀ ପ୍ଲଟ ନମ୍ବର ୨ରେ ରହୁଥିବା ଦୁର୍ଗାଶଙ୍କର ମହାପାତ୍ର ଭିଆଇଛନ୍ତି ଏଭଳି କାଣ୍ଡ । ପାରିବାରିକ କଳହକୁ ନେଇ ପତ୍ନୀ କଳ୍ପନା ମହାପାତ୍ରଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି ଆକ୍ରମଣ । ଫଳରେ ଗୁରୁତର ଭାବେ ଛଟପଟ ହୋଇ ଚିତ୍କାର କରୁଥିବା ବେଳେ ପଡୋଶୀ ସହାୟତା କରିଛନ୍ତି । ଘଟଣା ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ ପଡୋଶୀ ।