ଭୁବନେଶ୍ବର: ସ୍ତ୍ରୀର ବର୍ବର କାଣ୍ଡ । ନିଜ ସ୍ବାମୀକୁ ହତ୍ୟା କରି ବାରି ପଛ ପଟେ ଅଳିଆରେ ପୋଡି ନିଆଁ ପୋଉଥିଲା ସ୍ତ୍ରୀ । ଏହି ଜଘନ୍ୟ ହତ୍ୟାକାଣ୍ଡକୁ ସମ୍ପର୍କରେ କେହି ନ ଜାଣିବା ପାଇଁ ଦୀର୍ଘ ତିନି ମାସ ଧରି ଅଳିଆ ଗଦାରେ ଲୁଚାଇ ରଖିଥିଲା ସ୍ବାମୀର ଅସ୍ଥି । ଏପରିକି ହତ୍ୟାପରେ ସ୍ବାମୀ ନିଖୋଜର ନାଟକ ରଚିଥିଲା ସ୍ତ୍ରୀ । ଭୁବନେଶ୍ବର ବାଲିପାଟଣା ଥାନା ବନମାଳିପୁରରେ ଜଣେ ସ୍ତ୍ରୀ ଏଭଳି ଲୋମହର୍ଷଣକାରୀ ଘଟଣା ଭିଆଇଛି । ଦୀର୍ଘ ତିନିମାସ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ସମ୍ପୃକ୍ତ ମହିଳାଙ୍କୁ କମିଶନରେଟ ପୋଲିସ ଗରିଫ କରିଛି ।
ସୂଚନା ମୁତାବକ, ଗତ ସେପ୍ଟମ୍ବର ମାସରେ ବନମାଳିପୁରର ନିଧି ଗିରିଙ୍କୁ ପାରିବାରିକ କହଳ ପାଇଁ ହତ୍ୟା କରିଥିଲା ସ୍ତ୍ରୀ ଲିଲି । ପରେ କେହି ଜାଣି ଦେବା ଭୟରେ ବାରିପଟେ ଅଳିଆ ଗଦାରେ ଲୁଚାଇ ଫିନାଇଲ ପକାଇ ଦେଇଥିଲେ । ପରେ ସୁବିଧା ଦେଖି ଅଳିଆ ପୋଡିବା ବାହାନାରେ ସ୍ବାମୀର ଅସ୍ଥିକୁ ପୋଡୁଥିଲେ ।