ଓଡିଶା

odisha

ETV Bharat / city

ଓଡିଶାରେ PMAYG ରେ ବ୍ୟାପକ ଅନିୟମିତତା; 12.85 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 85% ଅଯୋଗ୍ୟ

ଓଡ଼ିଶାରେ ପିଏମଏୱାଇ-ଜି (Pradhan Mantri Awaas Yojana Gramin) ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । 12.85 ଲକ୍ଷ ପିଏମଏୱାଇଜି ହିତାଧିକାରୀଙ୍କ ମଧ୍ୟରୁ 85 ପ୍ରତିଶତ ଅଯୋଗ୍ୟ ଥିବା ଜଣାପଡିଛି । ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି । ଅଧିକ ପଢନ୍ତୁ...

Widespread irregularities in the implementation of PMAYG in Odisha
PMAYG କାର୍ଯ୍ୟକାରିତାରେ ଓଡ଼ିଶାରେ ବ୍ୟାପକ ଅନିୟମିତତା; 12.85 ଲକ୍ଷ ପିଏମଏୱାଇଜି ହିତାଧିକାରୀଙ୍କ ମଧ୍ୟରୁ 85 ପ୍ରତିଶତ ଅଯୋଗ୍ୟ

By

Published : Aug 4, 2021, 10:03 PM IST

ଭୁବନେଶ୍ବର:ଓଡ଼ିଶାରେ ପିଏମଏୱାଇ-ଜି (Pradhan Mantri Gramin Awaas Yojana) ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । 12.85 ଲକ୍ଷ ପିଏମଏୱାଇଜି ହିତାଧିକାରୀଙ୍କ ମଧ୍ୟରୁ 85 ପ୍ରତିଶତ ଅଯୋଗ୍ୟ ଥିବା ଜଣାପଡିଛି । ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି ।

PMAYG କାର୍ଯ୍ୟକାରିତାରେ ଓଡ଼ିଶାରେ ବ୍ୟାପକ ଅନିୟମିତତା; 12.85 ଲକ୍ଷ ପିଏମଏୱାଇଜି ହିତାଧିକାରୀଙ୍କ ମଧ୍ୟରୁ 85 ପ୍ରତିଶତ ଅଯୋଗ୍ୟ

ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ 12.85 ଲକ୍ଷ ପିଏମଏୱାଇ-ଜି ହିତାଧିକାରୀମାନଙ୍କ ମଧ୍ୟରୁ 85 ପ୍ରତିଶତ ଏହି ଯୋଜନା ପାଇଁ ଅଯୋଗ୍ୟ । ପାଣ୍ଠିର ଅଧିକାଂଶ ଭାଗ ବ୍ୟକ୍ତିଗତ ଲାଭ ପାଇଁ ଅପବ୍ୟବହାର କରାଯାଇଛି । ଏହି ଯୋଜନାରେ ଗୋଟିଏ ପରିବାରର ଏକାଧିକ ସଦସ୍ୟମାନଙ୍କ ନାମରେ ଆବାସ ମଞ୍ଜୁର କରାଯାଇଛି । 2018-19ରେ ଯେଉଁ ପରିବାରଗୁଡ଼ିକର ଆବେଦନ ନାକଚ ହୋଇଥିଲା ସେମାନଙ୍କୁ 2019-2020 ଆବାସ ଆବଣ୍ଟନ କରାଯାଇଛି ।

ତୃଣମୂଳସ୍ତରରେ କେନ୍ଦ୍ରୀୟ ଯୋଜନା “ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ” ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ ।

ବିଗତ ତିନି ବର୍ଷ ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ପିଏମଏୱାଇ-ଜି ପାଇଁ କୌଣସି ପ୍ରକାର ବଜେଟ ବ୍ୟୟବରାଦ କରିନାହାନ୍ତି । “ଫନି” ବାତ୍ୟାରେ ନଷ୍ଟ ହୋଇଥିବା 3.89 ଲକ୍ଷ ବାସଗୃହ ପାଇଁ କେନ୍ଦ୍ର ସରକାର ପିଏମଏୱାଇ-ଜି ଅନ୍ତର୍ଗତ ବାସଗୃହ ସହାୟତା ମଞ୍ଜୁର କରିଥିଲେ । ଏହି ବର୍ଗରେ ହିତାଧିକାରୀ ଚୟନରେ ବ୍ୟାପକ ପରିମାଣର ଅନିୟମିତତା ହୋଇଥିବା ସୂଚନା ମିଳିଛି ।

ପିଏମଏୱାଇ-ଜି ଅନ୍ତର୍ଗତ ଯେଉଁ 831 ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଆବଣ୍ଟନ କରାଯାଇଛି ବୋଲି ତାଲିକା ମିଳିଛି । ପିଏମଏୱାଇ-ଜି ଆବାସରେ ବିଜୁ ପକ୍କା ଘର ଯୋଜନା (ବିପିଜିୱାଇ)ର ଲୋଗୋ ସଂଲଗ୍ନ କରାଯାଉଛି । ବିପିଜିୱାଇ ଲୋଗୋର ଆକାର ପିଏମଏୱାଇ-ଜି ଠାରୁ ବଡ଼ ରଖାଯାଉଛି । ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ, ପିଏମଏୱାଇ-ଜି ଅନ୍ତର୍ଗତ ନିର୍ମାଣ କରାଯାଇଥିବା ଘରଗୁଡ଼ିକୁ ବିପିଜିୱାଇ ଅନ୍ତର୍ଗତ ନିର୍ମିତ ବାସଗୃହ ଭାବେ ଦର୍ଶାଯାଉଛି ।

ତଦନ୍ତ ସହ ଷ୍ଟାଟସ ରିପୋର୍ଟ ଦାଖଲ କରିବା ଲାଗି ଏହି ଅଭିଯୋଗକୁ ଓଡ଼ିଶା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା । ରାଜ୍ୟ ସରକାର ଏ ନେଇ ରିପୋର୍ଟ କେନ୍ଦ୍ର ନିକଟରେ ଦାଖଲ କରିଛନ୍ତି । ଫନି ପ୍ରଭାବିତ ଜିଲ୍ଲାରେ ଅଭିଯୋଗ ହୋଇଥିବା 775 ଜଣ ଅଯୋଗ୍ୟ ହିତାଧିକାରୀମାନଙ୍କ ମଧ୍ୟରୁ 79 ଜଣ ଆବାସ+ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ ହୋଇଛନ୍ତି । ପଞ୍ଜୀକରଣ, ଜିଓ-ଟ୍ୟାଗିଂ ଏବଂ ଆଧାର ସିଡିଂ ସମ୍ପୂର୍ଣ୍ଣ ହୋଇଛି । ତାଲିକାରେ ଥିବା ଅବଶିଷ୍ଟ 696 ହିତାଧିକାରୀ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନାମ ଆବାସ+ ଯୋଜନାରେ ପଞ୍ଜୀକରଣ କରାଯାଇନାହିଁ ।

56 ଜଣ ପିଏମଏୱାଇ-ଜି ହିତାଧିକାରୀଙ୍କ ଚୟନରେ ଅନିୟମିତତା ଅଭିଯୋଗ ହୋଇଛି । ଏମାନଙ୍କ ମଧ୍ୟରୁ 39 ଜଣଙ୍କୁ ଆବାସ ମଞ୍ଜୁର କରାଯାଇଛି । ଚାରିଟି ମାମଲାରେ ଆବାସ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ଠାବ ହୋଇଛି । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ବେଗୁନିଆ ବ୍ଲକ୍ ପିଇଓ ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ନିଲମ୍ବିତ କରିଛନ୍ତି । ବେଆଇନ ଚୟନରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନି ଜଣ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପଇଠ କରାଯାଇଥିବା ଅର୍ଥ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ପିଏମଏୱାଇ-ଜି ଅନ୍ତର୍ଗତ ବଜେଟ ବ୍ୟୟବରାଦ କରାଯାଇନଥିବା ସଂକ୍ରାନ୍ତ ଅଭିଯୋଗ ଉପରେ ମଧ୍ୟ ରାଜ୍ୟର ଅଂଶଧନ ସହ ମେଳ ଖାଉନଥିବା କୌଣସି ପାଣ୍ଠି ବକେୟା ନାହିଁ । ରାଜ୍ୟ ସବୁବେଳେ ଯଥେଷ୍ଟ ବଜେଟ୍ ବ୍ୟବସ୍ଥା କରିଛି । କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ନାମ ବଦଳାଇବା ପାଇଁ ପ୍ରୟାସ କରାଯାଉଥିବା ଯେଉଁ ଅଭିଯୋଗ ହୋଇଛି ସେ ସଂକ୍ରାନ୍ତରେ ଏହା ସ୍ପଷ୍ଟ କରାଯାଉଛି, ଏପରି କୌଣସି ଉଦ୍ୟମ କେବେ ହୋଇନାହିଁ । ରାଜ୍ୟ ସରକାର ପିଏମଏୱାଇ-ଜି ଆବାସଗୁଡ଼ିକର ସହ-ନାମକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଉଭୟ ପିଏମଏୱାଇ-ଜି ଏବଂ ବିପିଜିୱାଇ ଲୋଗୋ ସଂଲଗ୍ନ କରାଯାଉଛି । କାରଣ ପିଏମଏୱାଇ-ଜି ଅନ୍ତର୍ଗତ ରାଜ୍ୟ ଅଂଶଧନ ବାବଦକୁ 40 ପ୍ରତିଶତ ଅର୍ଥରାଶି ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ କରୁଛନ୍ତି ।

ମନ୍ତ୍ରଣାଳୟ ପକ୍ଷରୁ ଏକ କେନ୍ଦ୍ରୀୟ ଦଳ ଗଠନ କରାଯାଇ ଓଡିଶା ପଠାଯାଇଥିଲା । ଟିମ ଗତ ଫେବୃଆରୀ ମାସ 9 ରୁ 11 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରି ତଦନ୍ତ କରିଥିଲେ । ଏହି ତଦନ୍ତ ଦଳ ଏହାର ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟର ଫଳାଫଳରେ ଦର୍ଶାଯାଇଥିବା ମୁଖ୍ୟ ଦିଗଗୁଡ଼ିକ ମଧ୍ୟରେ ରହିଛି-ପିଏମଏୱାଇ-ଜି ଲୋଗୋ ଦେଖିବାକୁ ନମିଳିବା, ନିମ୍ନମାନର ନିର୍ମାଣ, ଅସମ୍ପୂର୍ଣ୍ଣ ଆବାସକୁ ପିଏମଏୱାଇ-ଜି ଯୋଜନାରେ ଏମଆଇଏସରେ ସମ୍ପୂର୍ଣ୍ଣ ବୋଲି ଦର୍ଶାଯିବା, ଅଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ମଞ୍ଜୁରି ଆଦି ରହିଛି ।

କେନ୍ଦ୍ରୀୟ ଦଳ ପକ୍ଷରୁ ଦାଖଲ କରାଯାଇଥିବା ତଦନ୍ତ ରିପୋର୍ଟ ଆଧାରରେ ବେଆଇନ କାର୍ଯ୍ୟ କରିଥିବା ଷଡ଼ଯନ୍ତ୍ରକାରୀ ଓ ସେମାନଙ୍କ ସହଯୋଗୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଦାଖଲ କରିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ତୁରନ୍ତ ଏଥିରେ ସମ୍ପୃକ୍ତ ସମସ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମାଜିକ ଗଣମାଧ୍ୟମ ସମେତ ଅନ୍ୟ ମାଧ୍ୟମରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରସଙ୍ଗକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବେ । ରାଜ୍ୟ ସରକାର ନିଜ ପ୍ରଶାସନିକ କଳକୁ ସଜାଗ କରିବେ ଯାହାଫଳରେ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହେବ ନାହିଁ ।

କେନ୍ଦ୍ରୀୟ ଦଳର ରିପୋର୍ଟ ଆଧାରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ଜୁଲାଇ 20 ତାରିଖରେ ଏ ନେଇ ରାଜ୍ୟ ସରକାର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ଏଟିଆର ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି । କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details