ଓଡିଶା

odisha

By

Published : Sep 12, 2021, 7:52 PM IST

ETV Bharat / city

ସୀମା ବିବାଦରେ ଭୃଗୁ ବକ୍ସିପାତ୍ରଙ୍କ ପ୍ରଶ୍ନ, ରାଜ୍ୟ ସରକାର ଚୁପ କାହିଁକି ?

ରାଜ୍ୟର ସୀମା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡ଼ିଛି । ଗଜପତି ଜିଲ୍ଲା ମାଣିକପାଟଣା ଗାଁରେ ଆନ୍ଧ୍ର ପୋଲିସ ନିରୀହ ଅଧିବାସୀଙ୍କୁ ଭୟଭୀତ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ଅଧିକ ପଢ଼ନ୍ତୁ...

ସୀମା ବିବାଦରେ ରାଜ୍ୟ ସରକାର ଚୁପ କାହିଁକି ? ପ୍ରଶ୍ନ କଲେ ଭୃଗୁ ବକ୍ସିପାତ୍ର
ସୀମା ବିବାଦରେ ରାଜ୍ୟ ସରକାର ଚୁପ କାହିଁକି ? ପ୍ରଶ୍ନ କଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର: ରାଜ୍ୟର ସୀମା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡ଼ିଛି । ଗଜପତି ଜିଲ୍ଲା ମାଣିକପାଟଣା ଗାଁରେ ଆନ୍ଧ୍ର ପୋଲିସ ନିରୀହ ଅଧିବାସୀଙ୍କୁ ଭୟଭୀତ କରୁଛି । ଓଡ଼ିଶା ପଟୁ ସେଠାକୁ ଯିଏ ଯିବ ତାକୁ ଗୁଳିମାରିବାକୁ ଧମକ ଦେଉଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ।

ସୀମା ବିବାଦରେ ରାଜ୍ୟ ସରକାର ଚୁପ କାହିଁକି ? ପ୍ରଶ୍ନ କଲେ ଭୃଗୁ ବକ୍ସିପାତ୍ର

ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କାହିଁକି କଥା ହେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ଏଭଳି ସ୍ଥିତିରେ ରାଜ୍ୟ ସରକାର ଚୁପ ବସିବା ଯଥାର୍ଥ ନୁହେଁ ବୋଲି ଭୃଗୁ ବକ୍ସିପାତ୍ର କହିଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦିନିକିଆ ଗଜପତି ଗସ୍ତ କରିଥିଲେ । ହେଲେ ସୀମା ବିବାଦକୁ ନେଇ ସେ ମୁହଁ ଖୋଲିନାହାନ୍ତି କି ସେ ଅଞ୍ଚଳକୁ ଯାଇ ସ୍ଥିତି ପଚାରି ବୁଝିନାହାଁନ୍ତି । ଯାହାକୁ ନେଇ ଗଜପତିରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ତୀବ୍ର ଅସନ୍ତୋଷ ।



ଗତ ଦୁଇଦିନ ତଳେ ଆନ୍ଧ୍ରର ମନ୍ତ୍ରୀ ଆପଲାରାଜୁ ତାଙ୍କ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ବଳକୁ ଧରି ଓଡ଼ିଶାରେ ପଶି ଦାଦାଗିରି କରିଛନ୍ତି । ଓଡ଼ିଶାର ଅଙ୍ଗନବାଡ଼ିକୁ ମାଟିରେ ମିଶାଇ ଦେବା ସହ ଜଣେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତେବେ ମୁଖ୍ୟ ଶାସନ ସଚିବଙ୍କ ଗସ୍ତରେ ଏଠାକାର ସ୍ଥିତିରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଥିଲା । ଏନେଇ ଜିଲ୍ଲାପାଳ ମୁହଁ ଖୋଲୁନଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ଅତିଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଆନ୍ଧ୍ର ସୀମାରେ ଅନୁପ୍ରବେଶ କରିବା ସହ ଦାଦାଗିରି କରୁଥିବା ବେଳେ ଓଡ଼ିଶା ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details