ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ନେଇ ବଡ ଅଭିଯୋଗ ଆଣିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି ଓଡିଶାକୁ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ରାଜ୍ୟରେ ପରିଣତ କରିବାକୁ ଚେଷ୍ଟା କଲେ ଆମେ ବିରୋଧ କରିବୁ । ଏହି ପ୍ରସଙ୍ଗକୁ ଆମେ ବିଧାନସଭାରେ ଉଠାଇବୁ ।
ମୁଖ୍ୟମନ୍ତ୍ରୀଙ୍କ ରୋମ ଗସ୍ତବେଳେ ପୋପଙ୍କୁ ସାକ୍ଷାତ କରିବା ନେଇ ଜୟ କହିଛନ୍ତି ନବୀନ କାହିଁକି ଧାଡିରେ ଠିଆ ହୋଇ ପୋପଙ୍କୁ ଭେଟିଲେ? କେଉଁ ପଇସାରେ ଇଟାଲୀ ଗସ୍ତ କରିଥିଲେ ନବୀନ? ଯଦି ସରକାରୀ ପଇସାରେ ଯାଇଥିଲେ କଣ କରିବାକୁ ଯାଇଥିଲେ ? କଣ ଉପଲବ୍ଧି କଲେ? ପୋପଙ୍କୁ ଭେଟିବାର କଣ ଆବଶ୍ୟକତା ଥିଲା ? ସେ ଜଣେ ନେସନାଲ ଲିଡର ନୁହନ୍ତି ଲାଇନରେ ଛିଡା ହୋଇ କାହିଁକି ଭେଟିଲେ ପୋପଙ୍କୁ? ନିଜ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ନାହାଁନ୍ତି କେବେ ।