ଓଡିଶା

odisha

ETV Bharat / city

କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? - clp leader of the Congress legislature

କିଏ ହେବ ପରବର୍ତ୍ତୀ କଂଗ୍ରେସ ବିଧାୟକ ଦଳ ନେତା ? ପିସିସିରେ ହେବ ବଡ ଧରଣର ପରିବର୍ତ୍ତନ। ଆସନ୍ତା 10 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ସଭାପତି ଶରତ ପଟନାୟକ । ଆସନ୍ତା ମାସରେ ବସିବ ବିଧାନସଭା ବଜେଟ ଅଧିବେଶନ। ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା, ସେହିପରି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଅଧିକ ପଢନ୍ତୁ

କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା?
କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା?

By

Published : Jun 8, 2022, 8:15 PM IST

ଭୁବନେଶ୍ବର: କିଏ ହେବ ପରବର୍ତ୍ତୀ କଂଗ୍ରେସ ବିଧାୟକ ଦଳ ନେତା ? ପିସିସିରେ ହେବ ବଡ ଧରଣର ପରିବର୍ତ୍ତନ । ଆସନ୍ତା 10 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ସଭାପତି ଶରତ ପଟନାୟକ । ଆସନ୍ତା ମାସରେ ବସିବ ବିଧାନସଭା ବଜେଟ ଅଧିବେଶନ। ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା, ସେହିପରି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ମଧ୍ୟ ଇସ୍ତଫା ଦେଇସାରିଛନ୍ତି। ଏପରି ସ୍ଥଳେ ଉଭୟ ପଦରେ ଦଳ କେଉଁ ବିଧାୟକଙ୍କୁ ନିଯୁକ୍ତ କରିବ ତାହା ଏବେ ଚର୍ଚ୍ଚା ଯୋର ଧରିଛି ।

କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା?

ତେଣୁ ଉଭୟ ବିଧାୟକ ଦଳ ନେତା ଓ ମୁଖ୍ୟ ସଚେତକ ନିଯୁକ୍ତ କରିବା ମଧ୍ୟ ଦଳ ପାଇଁ ବଡ ଆହ୍ୱାନ । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ନରସିଂହ ଇସ୍ତଫା ଗୃହୀତ ହୋଇସାରିଛି ତେବେ ପରବର୍ତ୍ତୀ ବିଧାୟକ ଦଳ ନେତା କିଏ ହେବ । ବିଧାନସଭା ବରିଷ୍ଠତା ଭିତ୍ତିରେ ନରସିଂହଙ୍କ ପରେ ଆସିବେ ଉପକୂଳ ଓଡିଶାର ଟାଣୁଆ ନେତା ତଥା ବିଧାୟକ ସୁର ରାଉତରାୟ । ସେହିପରି ଦକ୍ଷିଣରେ ତାରା ବାହିନୀପତି, ପଶ୍ଚିମରୁ ସନ୍ତୋଷ ସିଂହ ସାଲୁଜାଙ୍କ ନାଁ ମଧ୍ୟ ଦୌଡରେ ରହିଛି ।

ସୁର କିନ୍ତୁ ସ୍ପଷ୍ଟ କରିଛନ୍ତି ବିଧାୟକ ଦଳ ନେତା ରେସରେ ନାହାଁନ୍ତି । ଯାହାକୁ ହାଇକମାଣ୍ଡ ଚାହିଁବେ କରିବେ। ପିସିସି ଗଠନ ହେବାପରେ ବିଧାୟକ ଦଳ ନେତା ମଧ୍ୟ ଘୋଷଣା ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details