ଭୁବନେଶ୍ବର:କେନ୍ଦ୍ରାପଡା ବଳଦେବଜୀଉଙ୍କ ସମେତ 5 ବୈଷ୍ଣବ ପୀଠରେ ରଥଯାତ୍ରା କରିବା ନେଇ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ । କୋଭିଡର ଦ୍ଵିତୀୟ ଲହର ଏବେ ବି ଜାରି ରହିଛି । କରୋନା ନିୟନ୍ତ୍ରଣ ପାଇଁ ସରକାର ମୁକାବିଲା କରୁଛନ୍ତି । ସାରା ରାଜ୍ୟରେ ରଥଯାତ୍ରା ହେଲେ ସଂକ୍ରମଣ ବଢିବ ।
ସାରା ରାଜ୍ୟରେ ରଥଯାତ୍ରା ପାଳନ ହେଲେ ସଂକ୍ରମଣ ପାଇଁ କିଏ ଦାୟୀ ରହିବ: ବିଜେଡି
କୋଭିଡ ସଂକ୍ରମଣକୁ ନେଇ ମୁହଁ ଖୋଲିଲେ ବିଧାୟିକା ପ୍ରମିଳା ମଲ୍ଲିକ । ରଥଯାତ୍ରା ପାଳନକୁ ନେଇ ବିଜେପି ନେତାଙ୍କ ଦୃଢୋକ୍ତିକର କହିଲେ କୋଭିଡ ସଂକ୍ରମଣ ପାଇଁ କିଏ ଦାୟୀ ରହିବ । ଅଧିକ ପଢନ୍ତୁ...
ସାରା ରାଜ୍ୟରେ ରଥଯାତ୍ରା ପାଳନ ହେଲେ ସଂକ୍ରମଣ ପାଇଁ କିଏ ଦାୟୀ ରହିବ: ବିଜେଡି
ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ପୁରୀରେ ରଥଯାତ୍ରା କରିବା ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ଜାଗାରେ ହେଲେ ନୀତିକାନ୍ତି ସଠିକ ଭାବେ ପାଳନ ହେବ । ସଂକ୍ରମଣ ନିୟନ୍ତ୍ରଣରେ ରହିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ