ଓଡିଶା

odisha

ETV Bharat / city

କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ WHO ପ୍ରତିନିଧିଙ୍କ ପ୍ରଶଂସା

କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିନିଧି । ଡକୁମେଣ୍ଟେସନ୍ ହେଲେ ଅନ୍ୟମାନେ ତାକୁ ଅନୁସରଣ କରିପାରିବେ ବୋଲି କହିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢ଼ନ୍ତୁ

କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ WHO ପ୍ରତିନିଧିଙ୍କ ପ୍ରଶଂସା
କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ WHO ପ୍ରତିନିଧିଙ୍କ ପ୍ରଶଂସା

By

Published : Dec 2, 2021, 10:21 PM IST

ଭୁବନେଶ୍ବର:ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟରେ ଜୋଭିଡ୍-୧୯ର ପରିଚାଳନା ସଂପର୍କିତ ଏକ ବିସ୍ତୃତ ଆଲୋଚନା ହୋଇଛି । ଏଥିରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପ୍ରତିନିଧି ଯୋଗଦେଇ କୋଭିଡ-୧୯ ପରିଚାଳନାକୁ ନେଇ ଓଡ଼ିଶାର ପ୍ରଶଂସା କରିଛନ୍ତି । କୋଭିଡ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଦୃଷ୍ଟି ଆକର୍ଷଣ କରିପାରିଛି ।

ଏ କ୍ଷେତ୍ରରେ ଡକ୍ୟୁମେଣ୍ଟେସନ୍‌ର ଆବଶ୍ୟକତା ରହିଛି । ସବୁ ଜିନିଷକୁ ସଠିକ୍ ଭାବେ ଡକୁମେଣ୍ଟେସନ୍ କରିପାରିଲେ ଅନ୍ୟମାନେ ତାହାକୁ ଅନୁସରଣ କରିପାରିବେ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପ୍ରତିନିଧି କହିଛନ୍ତି । ଏହି ଅବସରରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପ୍ରତିନିଧି ତାଙ୍କର ବାଲେଶ୍ଵର ଜିଲ୍ଲା ଗସ୍ତକୁ ନେଇ ଅନୁଭୂତି ବର୍ଣ୍ଣନା କରିଥିଲେ ।

ବାଲେଶ୍ଵର ଜିଲ୍ଲାରେ ଥିବା ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କୋଭିଡ-୧୯ ପରିଚାଳନା ବ୍ୟତୀତ ଏବେ ଟିକାଦାନ, ସ୍ଵାସ୍ଥ୍ୟସେବା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, ସ୍ଵାସ୍ଥ୍ୟ ଶିବିର ଆଶ୍ରୟ କେନ୍ଦ୍ର ଇତ୍ୟାଦି ପରିଚାଳନା କରାଯାଇପାରୁଛି । ଏହି କେନ୍ଦ୍ରଗୁଡ଼ିକ ବହୁମୁଖୀ ସେବା ପ୍ରଦାନରେ ସହାୟକ ହୋଇପାରୁଛି । ଆବଶ୍ୟକ ସ୍ଥଳେ ବିପର୍ଯ୍ୟୟ ସମୟରେ ସ୍ଵାସ୍ଥ୍ୟସେବା ପରିଚାଳନା କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଡକ୍ଟର ନିହାର ରଞ୍ଜନ ରାୟ, ଡାକ୍ତର ସୌରଭ ଓ ଡାକ୍ତର ମନୀଷ ଉପସ୍ଥିତ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଅଜିତ କୁମାର ମହାନ୍ତି ଓ ଡାକ୍ତର ଦିନବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details