ଓଡିଶା

odisha

ETV Bharat / city

ଘୁଞ୍ଚିଘୁଞ୍ଚି ଯାଉଛି ପଦ୍ମ, କେବେ ଆରମ୍ଭ ହେବ ବରମୁଣ୍ଡା ନବୀକରଣ କାର୍ଯ୍ୟ

ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ପାଇଁ ବହୁ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଯୋଜନା। ଏପରିକି ଟେଣ୍ଡର ଗ୍ରହଣ କରିବା ମଧ୍ୟ 11 ମଧ୍ୟ ବିତିଗଲାଣି । ହେଲେ କୌଣସି ବସଷ୍ଟାଣ୍ଡରେ କୌଣସି କାର୍ଯ୍ୟ ଆରମ୍ଭ କରାଯାଇପାରିନାହିଁ । ଫଳରେ ବସଷ୍ଟାଣ୍ଡର ବ୍ୟାପକ ଅବ୍ୟବସ୍ଥା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ଯାହାର ଦ୍ବାରା ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ। ଅଧିକ ପଢନ୍ତୁ...

By

Published : Sep 7, 2020, 10:39 PM IST

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ, କେବେ ଆରମ୍ଭ ହେବ ବରମୁଣ୍ଡା ନବୀକରଣ କାର୍ଯ୍ୟ
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ, କେବେ ଆରମ୍ଭ ହେବ ବରମୁଣ୍ଡା ନବୀକରଣ କାର୍ଯ୍ୟ

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ପାଇଁ ବହୁ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଯୋଜନା। ଏପରିକି ଟେଣ୍ଡର ଗ୍ରହଣ କରିବା ମଧ୍ୟ 11 ମଧ୍ୟ ବିତିଗଲାଣି । ହେଲେ କୌଣସି ବସଷ୍ଟାଣ୍ଡରେ କୌଣସି କାର୍ଯ୍ୟ ଆରମ୍ଭ କରାଯାଇପାରିନାହିଁ । ଫଳରେ ବସଷ୍ଟାଣ୍ଡର ବ୍ୟାପକ ଅବ୍ୟବସ୍ଥା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ଯାହାର ଦ୍ବାରା ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ।

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ, କେବେ ଆରମ୍ଭ ହେବ ବରମୁଣ୍ଡା ନବୀକରଣ କାର୍ଯ୍ୟ

ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ନ୍ୟାୟରେ ଏବେବି ବରମୁଣ୍ଡା ବସଷ୍ଟାଣ୍ଡର କାମ ବି ପଛାଉଛି । ସୌନ୍ଦର୍ଯ୍ୟକରଣ ସହ ମରାମତି ପାଇଁ ବ୍ରିଜ ଆଣ୍ଡ ରୁଫ ଟେଣ୍ଡର ପ୍ରଦାନ କରାଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରିନାହିଁ । ଏବେବି ବିପର୍ଯ୍ୟସ୍ତ ଓ ଅପରିଷ୍କାର ପରିବେଶ ଭିତରେ ଚାଲୁଛି ବରମୁଣ୍ଡା ବସଷ୍ଟାଣ୍ଡର ନିତିଦିନିଆ କାମ।

ବରମୁଣ୍ଡା ବସଷ୍ଟାଣ୍ଡକୁ ଦୈନିକ ପ୍ରାୟ ୭୦୦ରୁ ଅଧିକ ବସ ଯିବା ଆସିବା କରୁଛି । ହେଲେ ଯାତ୍ରୀଙ୍କ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ କୌଣସି ସୁବିଧା ନାହିଁ। ଶୌଚ ହେବାକୁ ଗଲେ ଶୌଚାଳୟ ଅବସ୍ଥା ନକହିଲେ ଭଲ । ତେଣୁ ସରକାର ତୁରନ୍ତ ପଦକ୍ଷେପ ନେଇ ବସଷ୍ଟାଣ୍ଡ ଉନ୍ନତି କରିବା ଆବଶ୍ୟକ ବୋଲି ଜଣେ ଯାତ୍ରୀ କହିଛନ୍ତି।

ଏନେଇ ବିଭିନ୍ନ ସମୟରେ ବସ ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇଥିଲା ମଧ୍ୟ ତାକୁ କେହି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଏପଟେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁସାରେ କାମ ହେବା ପାଇଁ ଟେଣ୍ଡର ଦିଆଯାଇଛି ଖୁବଶୀଘ୍ର କାମ ଆରମ୍ଭ ହେବ। ଦୁଇ ବର୍ଷ ଭିତରେ କାର୍ଯ୍ୟ ଶେଷ ହେବା ନେଇ ଭାରତ ସରକାରଙ୍କ ଅଧିନ ବ୍ରିଜ ଆଣ୍ଡ ରୁଫ କମ୍ପାନୀଙ୍କୁ ଦିଆଯାଇଛି ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚଉଧାରୀ ସୂଚନା ଦେଇଛନ୍ତି।

ନବୀକରଣ ପ୍ରକ୍ରିୟାରେ ବସଷ୍ଟାଣ୍ଡ ମଧ୍ୟରେ ଫ୍ଲୋରି, ପାର୍କିଙ୍ଗ ଏରିଆ, ଆକ୍ସେସୋରି ବିଲ୍ଡିଙ୍ଗ, ମେଣ୍ଟେନାନ୍ସ ରୁମ, ଭେହିକିଲ ପାର୍କିଂ, ଟଏଲେଟ, ଯାତ୍ରୀ ରେଷ୍ଟ ସେଡ ଭଳି ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯିବାକୁ ରହିଛି । ଏହି ପ୍ରକଳ୍ପ ପାଇଁ ୧୬୦ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଧାର୍ଯ୍ୟ କରାଯାଇଛି । ହେଲେ କାମରେ ଜମି ଅଧିଗ୍ରହଣ ବାଧକ ସାଜିଥିବା ପ୍ରକାଶ କରିଛି ଠିକା କମ୍ପାନୀ । ଅପରପକ୍ଷେ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି କମ୍ପାନୀ କହିଛି ।

ରାଜ୍ୟର ଅନ୍ୟତମ ବଡ ବସଷ୍ଟାଣ୍ଡ ବରମୁଣ୍ଡା ନବୀକରଣ ପାଇଁ ଅପେକ୍ଷାରେ । ତେବେ କେବେ ଏହା ସମ୍ପନ୍ନ ହେବ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details