ଓଡିଶା

odisha

ETV Bharat / city

ରାଜ୍ୟରେ କେବେ ହେବ ମାଗଣା ଟୀକାକରଣ, ପ୍ରଶ୍ନ କଲେ ନିରଞ୍ଜନ

ରାଜ୍ୟରେ ସରକାର କାହିଁକି ମାଗଣା ଟୀକାକରଣ ଘୋଷଣା କରୁନାହାନ୍ତି । ଏନେଇ ଟ୍ବିଟ କରି କ୍ଷୋଭ ପ୍ରକାଶ କଲେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

ରାଜ୍ୟରେ କେବେ ହେବ ମାଗଣା ଟିକା କରଣ, ପ୍ରଶ୍ନ କଲେ ନିରଞ୍ଜନ
ରାଜ୍ୟରେ କେବେ ହେବ ମାଗଣା ଟିକା କରଣ, ପ୍ରଶ୍ନ କଲେ ନିରଞ୍ଜନ

By

Published : Apr 24, 2021, 10:32 PM IST

ଭୁବନେଶ୍ବର:ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଲାଣି କରୋନା ସ୍ଥିତି । ହେଲେ ସରକାର କାହିଁ କି ରାଜ୍ୟରେ ମାଗଣା ଟୀକାକରଣ କରିବାକୁ ଘୋଷଣା କରୁନାହାନ୍ତି ସେନେଇ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ରାଜ୍ୟରେ କେବେ ହେବ ମାଗଣା ଟିକା କରଣ, ପ୍ରଶ୍ନ କଲେ ନିରଞ୍ଜନ

ଦେଶର ଅଧିକାଂଶ ରାଜ୍ୟ ସମସ୍ତଙ୍କୁ ମାଗଣା ଟିକା କରଣ ଘୋଷଣା କରିଥିବା ବେଳେ ଓଡିଶା ସରକାର କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ତେବେ ଆଉ ବିଳମ୍ବ ନକରି ରାଜ୍ୟରେ ମାଗଣା ଟିକା କରଣ କରାଯାଉ ବୋଲି ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଦେଶରେ କରୋନା ସ୍ଥିତି ଭୟଙ୍କର ହେଉଥିବା ବେଳେ ମେ 1ରୁ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦିଆଯିବ । ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଅନ୍ୟ ପଟେ କେତେକ ରାଜ୍ୟ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି । ଓଡିଶାରେ ମାଗଣା ଟିକା କରଣ ଘୋଷଣାରେ କାହିଁକି ବିଳମ୍ବ କରୁଛନ୍ତି ରାଜ୍ୟ ସରକାର ଏନେଇ ଆଜି ଟ୍ବିଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details