ଭୁବନେଶ୍ବର: ମୌସୁମୀ ଦୁର୍ବଳ, କମିଲା ବର୍ଷା । ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି । ରାଜସ୍ଥାନ ଠାରୁ ବିହାର, ତ୍ରିପୁରା ମଧ୍ୟରେ ମୌସୁମୀ ଟ୍ରପ ଲାଇନ ରହିଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ରବିବାର,୧୯ ଜୁଲାଇରେ ଆଭ୍ୟନ୍ତରୀଣ ଜିଲ୍ଲାରରେ ଘଡଘଡି ବର୍ଷା ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ମଧ୍ୟ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।
ରାଜ୍ୟରେ ମୌସୁମୀ ଦୁର୍ବଳ, କମିଲା ବର୍ଷା ଆସନ୍ତା ୨୪ ଘଣ୍ଟା ଅର୍ଥାତ ୨୦ ତାରିଖ ସୋମବାର ମାଲକାନଗିରି, ନବରଙ୍ଗପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ସେହିପରି ନୂଆପଡା,ବଲାଙ୍ଗୀର, ସୋନପୁର,ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଟକ,ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ, ଦେବଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁଳି, ଘଡଘଡି ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ବର ଓ କଟକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟା ରେ ଓଡ଼ିଶାର ବିଭିନ୍ନ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ରେ ସର୍ବାଧିକ ୮୭.୬ମିମି, ଦାରିଙ୍ଗିବାଡିରେ ୬୪.୦ମିମି,ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ୫୩.୦ ମିମି,କନ୍ଧମାଳ ଜିଲ୍ଲାର ବଡ଼ଗାଁ ରେ ୩୩.୨ମିମି,ବରଗଡ଼ ଜିଲ୍ଲା ଭଟଲି ରେ ୩୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୦ ଡିଗ୍ରୀ ରେକର୍ଡ କରାଯାଇଛି । ଓଡ଼ିଶାରେ ଜୁନ ୧ ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ମୋଟ ୪୦୦.୧ମିମି ବର୍ଷା ରେକର୍ଡ କରାଯାଇଛି । ୨ପ୍ରତିଶତ କମ ବର୍ଷା ହୋଇଛି । ୪ ଜିଲ୍ଲାରେ ଅଧିକ କିମ୍ବା ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।
ଝାରସୁଗୁଡା, ନୂଆପଡା, ମାଲକାନଗିରି ଓ ବୌଦ୍ଧ ଜିଲ୍ଲାର ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଉପକୂଳ ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି, ପୁରୀ,ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା,ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ କମ ବର୍ଷା ହୋଇଛି । ପୁରୀରେ ୧୭୭ ମିମି ଠାରୁ କମ ବର୍ଷା ରେକର୍ଡ ହୋଇଛି,ଯାହା ୪୪ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । କେନ୍ଦ୍ରାପଡା ଓ ଜଗତସିଂହପୁରରେ ଜୁଲାଇରେ ବର୍ଷା ବଢିଛି । ଗତ ବର୍ଷ ଜୁନ ୧ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ୨୬ ପ୍ରତିଶତ କମ ବର୍ଷା ଥିଲା କିନ୍ତୁ ଚଳିତ ବର୍ଷ ୪୦୧ ମିମି ବର୍ଷା ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ