ଓଡିଶା

odisha

ETV Bharat / city

24 ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା, 5 ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ

ରାଜ୍ୟର ଦକ୍ଷିଣ ଓଡ଼ିଶାର 5 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ଗଜପତି ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

By

Published : Jul 10, 2020, 7:42 PM IST

ଦକ୍ଷିଣ ଓଡ଼ିଶା 5 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରୀ
ଦକ୍ଷିଣ ଓଡ଼ିଶା 5 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରୀ

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶା ଓ ଏହାର ଆଖପାଖରେ ଏକ ଘୁର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ୧୧ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ଗଜପତି ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ଦକ୍ଷିଣ ଓଡ଼ିଶା 5 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରୀ

ରାଜ୍ୟରେ ନବରଙ୍ଗପୁର, ରାୟଗଡା,କଳାହାଣ୍ଡି, କନ୍ଧମାଳ,ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼,ଖୋର୍ଦ୍ଧା, ଅନୁଗୁଳ, କଟକ,ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ,ଘଡଘଡି ସହ ଝଡ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ସେହିପରି ୧୨ ଜୁଲାଇ ରବିବାର ଉପକୂଳ ଓଡିଶା ସମେତ ସୁନ୍ଦରଗଡ, କେନ୍ଦୁଝର, ମୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି,ଘଡଘଡି ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୩ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଭୁବନେଶ୍ବର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ସ୍ଵଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ନୂଆପଡା ଜିଲ୍ଲା ଭେଡେନରେ ସର୍ବାଧିକ ୬୧.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ୪୬.୦ମିମି,କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ୪୫.୬ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ତାରିଖରୁ ୧୦ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୩୫ .୪ ମିମି ମୋଟ ବର୍ଷା ରେକର୍ଡ କରାଯାଇଛି । ୬ ପ୍ରତିଶତ ଅଧିକ ବର୍ଷା ହୋଇଛି ।

ମାଲକାନଗିରି,ନୂଆପଡା,ଗଜପତି,କୋରାପୁଟ,ସୁନ୍ଦରଗଡ଼,ଝାରସୁଗୁଡା, ଦେବଗଡ଼ ୭ଟି ଜିଲ୍ଲାରେ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ୧୭ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ପୁରୀ,ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର ଓ କଟକ,ସୋନପୁର ଓ ବାଲେଶ୍ବର ଜିଲ୍ଲାରେ ୨୦ ପ୍ରତିଶତରୁ କମ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details