ଓଡିଶା

odisha

ETV Bharat / city

24 ଘଣ୍ଟାରେ କୁଆପଥର ବର୍ଷା, 5 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ - ଭୁବନେଶ୍ବର ପାଣିପାଗ ଖବର

ସାରା ରାଜ୍ୟରେ କାଳବୈଶାଖୀ ତାଣ୍ଡବ। ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ନେଇ ୨୪ ଜିଲ୍ଲା ଏବଂ କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ...

wheather forecasting of odisha
କୁଆପଥର ବର୍ଷା ନେଇ 5 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

By

Published : May 8, 2021, 8:19 PM IST

ଭୁବନେଶ୍ବର: ସାରା ରାଜ୍ୟରେ କାଳବୈଶାଖୀ ତାଣ୍ଡବ। ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ନେଇ ୨୪ ଜିଲ୍ଲା ଏବଂ କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ତେବେ ରାଜ୍ୟରେ ଆସନ୍ତା ତିନି ଦିନ କାଳବୈଶାଖୀ ବର୍ଷା ଜାରି ରହିବ। ୧୦ ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

କୁଆପଥର ବର୍ଷା ନେଇ 5 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆସନ୍ତା ୨୪ ଘଣ୍ଟା,ରବିବାର ସକାଳ ସୁଦ୍ଧା ୨୪ ଜିଲ୍ଲା ବାଲେଶ୍ବର,ଭଦ୍ରକ,କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ, ଗଜପତି,ଝାରସୁଗୁଡା,କେନ୍ଦୁଝର,ସୁନ୍ଦରଗଡ଼,ମୟୁରଭଞ୍ଜ,ଦେବଗଡ଼, ଅନୁଗୁଳ,ଢେଙ୍କାନାଳ,କଳାହାଣ୍ଡି,କନ୍ଧମାଳ,ନବରଙ୍ଗପୁର,ରାୟଗଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ,୩୦ ରୁ ୪୦ କିମି ବେଗରେ ପବନ ବହିବ । ସେହିପରି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି।

୧୧ ତାରିଖ ପରେ କାଳବୈଶାଖୀ ପ୍ରଭାବ କମିବ। ଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୦.୮ଡିଗ୍ରୀ,ଟିଟିଲାଗଡ଼ ଓ ବୌଦ୍ଧରେ ୪୦.୦ଏବଂ ଭୁବନେଶ୍ୱରରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଯାଜପୁର ଜିଲ୍ଲା ଡେରାବିଷ ରେ ସର୍ବାଧିକ ୧୦୭.୦ ମିମି ବର୍ଷା ରେକର୍ଡ କରାଯାଇଛି।ବରୀରେ ୮୧.୨,କଳାହାଣ୍ଡି କୋକସରାରେ ୮୧.୦,ଚଣ୍ଡିଖୋଲରେ ୭୮.୦ମିମି,ହିନ୍ଦୋଳରେ ୬୬.୨ ମିମି ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details