ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏହାସହ ୧୨ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ମୁଖ୍ୟତଃ ଉତ୍ତର ଓଡ଼ିଶାର ୪ଟି ଜିଲ୍ଲାକୁ ନଜରରେ ରଖି ଅଧିକ ଆଲୋଚନା ହୋଇଛି ।
ବର୍ତ୍ତମାନ ଯେହେତୁ କୋରୋନା ପାଇଁ ବହୁତ ସେଲଟର ହୋମ୍ କ୍ଵାରେଣ୍ଟାଇନ ସେଣ୍ଟରରେ ପରିଣତ ହୋଇଛି । ସଥିପାଇଁ ସେଲଟର ଗୃହ ଗୁଡ଼ିକ ଠାବ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଯଥେଷ୍ଟ ଅଧିକ ଯେମିତି ସେଲଟର ହୋମ ହୋଇପାରିବ ସେନେଇ ଆଲୋଚନା ହୋଇଛି । ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ । ଶିକ୍ଷକ ସେଲଟର ହୋମ ଦାୟିତ୍ୱରେ ରହିବେ । ସେମାନଙ୍କ ନମ୍ବର ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି । ପୁଲିସ, ଅଗ୍ନିଶମ, ଏନଡିଆରଏଫ ସହ ପ୍ରାଥମିକ ଆଲୋଚନା ହୋଇଛି । ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ରାସ୍ତାଘାଟ ସଫା ଓ ପାନୀୟ ଜଳ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଆଜି ଠାରୁ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଥିବା ଏସଆରସି କହିଛନ୍ତି ।