ଓଡିଶା

odisha

ETV Bharat / city

ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣର ପରିମାଣ କେତେ ? - Odisha Assembly Winter Session Update

ରାଜ୍ୟରେ ଋଣ ଭାର କେତେ? ତାହା ଜାଣିବା ପାଇଁ ଚାହିଁଥିଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣର ପରିମାଣ କେତେ?
ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣର ପରିମାଣ କେତେ?

By

Published : Dec 6, 2021, 11:03 PM IST

ଭୁବନେଶ୍ବର: ରାଜ୍ୟରେ ଋଣ ଭାର କେତେ ? ତାହା ଜାଣିବା ପାଇଁ ଚାହିଁଥିଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ (Bjd MLA Soumya Ranjan Patnaik) ।

ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ(Finance Minister Niranjan Pujari ) କହିଛନ୍ତି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ହସ୍ତଗତ ତଥ୍ୟ ଅନୁଯାୟୀ ରାଜ୍ୟରେ 2021-22 ଆର୍ଥିକ ବର୍ଷରେ ରାଜ୍ୟ ଘରୋଇ ଉତ୍ପାଦ ( GSDP ) ଅଭିବୃଦ୍ଧି ହାର ଓ କୃଷି , ଶିଳ୍ପ ଏବଂ ସେବା କ୍ଷେତ୍ରର ଅବଦାନ କେତେ ଏହା ଅଦ୍ୟାବଧି ଓଡିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରେ ଆକଳନ କରାଯାଇ ନାହିଁ । ଏହା ଜାନୁୟାରୀ ୨୦୨୨ ଶେଷ ସୁଦ୍ଧା ଆକଳନ କରାଯିବାର ଲକ୍ଷ୍ୟ ରଖା ଯାଇଛି ।

2020-21 ଆର୍ଥିକ ବର୍ଷର ଅଗ୍ରୀମ ଆକଳନ ଅନୁସାରେ ରାଜ୍ୟ ଘରୋଇ ଉତ୍ପାଦ ( GSDP ) ଅଭିବୃଦ୍ଧି ହାର 2011-12 ଆଧାର ବର୍ଷ ଅନୁସାରେ ( - 4.92 % ) ସ୍ଥିର କରାଯାଇଥିଲା । ମୋଟ ଘରୋଇ ଉତ୍ପାଦକୁ କୃଷି , ଶିଳ୍ପ ଓ ସେବା କ୍ଷେତ୍ରର ଅବଦାନ ଚଳନ୍ତି ମୂଲ୍ୟରେ ତଥ୍ୟ ଲିଖିତ ଆକାରରେ ଦେଇଛନ୍ତି ।

ସେହିପର Percentage share to GVA at Current Basic Price Year Agriculture dustry Services 2020-21 ( AE ) 21.27 36.26 42.47 ବର୍ଷ 2021-22 ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ଋଣ ପରିମାଣ 125005.31 କୋଟି ଟଙ୍କା ହେବ ବୋଲି ବଜେଟରେ ଆକଳନ କରାଯାଇଛି ।

ତେବେ ମହାଲେଖାକାର , ଓଡିଶାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଅକ୍ଟୋବର 2021 ମାସ ଶେଷ ସୁଦ୍ଧା ରାଜ୍ୟର ରଣଭାର 103820.71 କୋଟି ଟଙ୍କା ଅଟେ ଯାହାକି ରାଜ୍ୟର ମୋଟ ଆଭ୍ୟନ୍ତରୀଣ ଉତ୍ପାଦ ( GSDP ) ର 17.72 ଶତାଂଶ ଅଟେ ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details