ଓଡିଶା

odisha

By

Published : May 17, 2021, 8:11 PM IST

ETV Bharat / city

2 ଡିଜି ଔଷଧ କ'ଣ ? କୋରୋନାକୁ ଦେବ ମାତ!

କୋରୋନା ଚିକିତ୍ସା ପାଇଁ ନୂଆ ସଞ୍ଜୀବନୀ। ଉପଲବ୍ଧ ହେଲା 2 ଡିଜି ଔଷଧ। ଅଢେଇ ଦିନ ପୂର୍ବରୁ ଭଲ ହେଉଛନ୍ତି ଆକ୍ରାନ୍ତ। କମୁଛି ଅମ୍ଳଜାନର ନିର୍ଭରଶୀଳତା। ଏହି ଔଷଧ ଭଲ କାମ କଲେ ରୋକିବ ଭ୍ୟାରିଆଣ୍ଟ ସଂକ୍ରମଣ। ଅଧିକ ପଢନ୍ତୁ...

2 ଡିଜି ଔଷଧ କ'ଣ ? କୋରୋନାକୁ ଦେବ ମାତ!
2 ଡିଜି ଔଷଧ କ'ଣ ? କୋରୋନାକୁ ଦେବ ମାତ!

ଭୁବନେଶ୍ବର: କୋରୋନା ପାଇଁ ଆସିଲା ନୂଆ ଔଷଧ। ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର ପାଇଁ ଡିଆରଡିଓ ପ୍ରସ୍ତୁତି କରିଥିବା 2 ଡିଜି ଔଷଧ ରୋଗୀଙ୍କୁ ଦେବା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଏମ୍ସରେ ରୋଗୀଙ୍କୁ ଦିଆଯାଇଛି। ଭୂତାଣୁର କ୍ଷିପ୍ରତା ସମୟରେ ଏହି ଔଷଧ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହି ଔଷଧ କୋରୋନା ଚିକିତ୍ସା ଓ ଅକ୍ସିଜେନ ସମସ୍ୟାକୁ ଦୂର କରିବ ବୋଲି ଆଶା କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏହି ଔଷଧର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ ବୋଲି କୁହାଯାଉଛି।

2 ଡିଜି ଔଷଧ କ'ଣ ? କୋରୋନାକୁ ଦେବ ମାତ!

ଅନ୍ୟପଟେ ଏହି ଔଷଧକୁ ନେଇ ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ଏହା ଦ୍ବାରା ଆକ୍ରାନ୍ତ ଖୁବଶୀଘ୍ର ନେଗେଟିଭ ହେଉଛନ୍ତି । ଏହି ସମୟରେ ଅଧିକ ଅକ୍ସିଜେନର ଆବଶ୍ୟକତା କମିଯାଉଛି। ଏହି ଔଷଧ ପ୍ରଥମ ଥର ପାଇଁ କୋରୋନା ଆକ୍ରାନ୍ତଙ୍କୁ ଦିଆଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଯେଉଁ ଲୋକମାନେ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି ସେହିମାନଙ୍କ ପାଇଁ ଏହି ଔଷଧ ଆବଶ୍ୟକ। ଏହି ଔଷଧ ଖାଇବା ଦ୍ବାରା ଖୁବ ଶୀଘ୍ର ସୁସ୍ଥ ହୋଇପାରୁଛନ୍ତି। ଯେଉଁ ଆକ୍ରାନ୍ତ ମାନଙ୍କୁ ଭେଣ୍ଟିଲେଟରର ଆବଶ୍ୟକ ପଡୁଥିଲା ଏହି ଔଷଧ ସେବନ ଦ୍ବାରା ଭେଣ୍ଟିଲେଟର ଆବଶ୍ୟକତା ପଡିବ ନାହିଁ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ଏହି ଔଷଧ ପାଉଡର ଅଟେ । ଯାହା ପାଣିରେ ଗୋଳି ସିଧାସଳଖ ଭାବେ ପିଇହେବ। ଏହାକୁ ସେବନ କରିବା ଦ୍ବାରା ଜଣେ ଆକ୍ରାନ୍ତଙ୍କ ଦେହରେ ଗ୍ଲୁକୋଜ ଅଭାବକୁ ପୁରଣ କରିବ। ଏହା ଦେହରେ ଆର୍ଟିଫିସିଆଲ ଗ୍ଲୁକୋଜ ପ୍ରସ୍ତୁତ କରିଥାଏ। ଏହା ସହ ଦେହରେ ଅମ୍ଳଜାନ ଲେବର କମିବାରୁ ରକ୍ଷା କରିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞ ମତାନୁସାରେ ଏହା ଗୋଟିଏ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟର ଆବଶ୍ୟକତା ଅଢେଇ ଦିନ ପର୍ଯ୍ୟନ୍ତ ହ୍ରାସ କରିଥାଏ। ଏହି ଔଷଧ 2 ଡିସ୍କି ଓ 2 ଗ୍ଲୁକୋଜର ସମାହାର ହୋଇଥିବାରୁ ରୋଗୀଙ୍କ କ୍ଷେତ୍ରରେ ଭଲ କାମ କରିବା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details