ଭୁବନେଶ୍ବର: ରେଳବାଇ ପକ୍ଷରୁ ପଶ୍ଚିମଭାରତ ପରିଦର୍ଶନ ପ୍ୟାକେଜ ଘୋଷଣା ହୋଇଛି । ଏପ୍ରିଲ 6ରୁ ଆରମ୍ଭ ହେବ ଏହି ଯାତ୍ରା । ପଶ୍ଚିମ ଭାରତର 5ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ ପାଇଁ ପ୍ୟାକେଜ ଘୋଷଣା କରିଛି ଆଇସିଆରଟିସି ।
ଏହି ପ୍ୟାକେଜରେ 10 ରାତି 11 ଦିନ ରହିଛି । ଏପ୍ରିଲ 6ରୁ ଆରମ୍ଭ ହୋଇ 16 ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ପ୍ୟାକେଜର ମୂଲ୍ୟ ରହିଛି 11 ହଜାର 4 ଶହ 45 ଟଙ୍କା । ଟ୍ରେନରେ ସମସ୍ତ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଯାତ୍ରୀଙ୍କୁ ଗାଇଡ, ଖାଦ୍ୟ, ପାନୀୟ, ବିଭିନ୍ନ ପ୍ରକାର ଇଣ୍ଡୋର ଗେମ୍ ମଧ୍ୟ ରହିବ । ଏପରିକି ମାଗଣା ଫୋନକଲର ମଧ୍ୟ ବ୍ୟବସ୍ଥା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇସିଆରଟିସିର ମ୍ୟାନେଜର କୌଶିକ ବାନାର୍ଜୀ ।