ଓଡିଶା

odisha

ETV Bharat / city

WODC Meeting: ମୁଖ୍ୟାଳୟ ସ୍ଥାନାନ୍ତର ସହ ଅଧିକ ଅନୁଦାନ ମିଳୁ କହିଲେ ସୁରେଶ ପୂଜାରୀ - କେବେ ହେବ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ସ୍ଥାନାନ୍ତର

ଆଜି ବସିଥିଲା ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଥିଲା । କମିଟି ଗଠନ ପରେ ବସିଥିଲା ପ୍ରଥମ ବୈଠକ । ଅଧିକ ପଢନ୍ତୁ

WODC MEETING
WODC MEETING

By

Published : Dec 27, 2021, 5:57 PM IST

ଭୁବନେଶ୍ବର:ଆଜି ରାଜୀବ ଭବନରେ ବସିଥିଲା ପଶ୍ଚିମ ଓଡିଶା ବିକାଶ ପରିଷଦ (Western Odisha Development Council )ର ପ୍ରଥମ ଗୁରୁତ୍ବପୂର୍ଣ୍ଣ ବୈଠକ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଯାଇଥିବା ବେଳେ କମିଟି ଗଠନ ପରେ ବସିଥିଲା ପ୍ରଥମ ବୈଠକ ।

ମୁଖ୍ୟାଳୟ ସ୍ଥାନାନ୍ତର ସହ ଅଧିକ ଅନୁଦାନ ମିଳୁ କହିଲେ ସୁରେଶ ପୂଜାରୀ

ବୈଠକ ପରେ ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି ପଶ୍ଚିମ ଓଡିଶାବାସୀ ଯେଉଁ ‘ପଶ୍ଚିମ ଓଡିଶା ବିକାଶ ପରିଷଦ’ ଗଠନର ସ୍ବପ୍ନ ଦେଖିଥିଲେ, ଲଢେଇ କରିଥିଲେ ଏହି ବିକାଶ ପରିଷଦ ସେହି ବିକାଶ ପରିଷଦ ନୁହେଁ । ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେବାର ଦୀର୍ଘ 2 ଦଶନ୍ଧୀରୁ ଅଧିକ ସମୟ ହେଲାଣି । କାହିଁକି ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାର କୌଣସି ଏକ ଜିଲ୍ଲାକୁ ସ୍ଥାନାନ୍ତରିତ ହୋଇପାରୁନାହିଁ ? ପଶ୍ଚିମାଞ୍ଚଳର ବିକାଶ ପାଇଁ ବର୍ଷକୁ ଏକ ଶହ(100) କୋଟି ଟଙ୍କା ପର୍ଯ୍ୟାପ୍ତ ନୁହେଁ ।

ପଶ୍ଚିମ ଓଡିଶାବାସୀଙ୍କ ସ୍ବପ୍ନ ଥିଲା ଯେଉଁ ବିକାଶ ପରିଷଦ ଗଠନ ହେବ ତାହା ସ୍ବଂୟ ଶାସିତ ହେବ । ନିଜସ୍ବ ନିଷ୍ପତ୍ତି ନେଇ ପାରିବ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧିନରେ ସମସ୍ତ ଜିଲ୍ଲା ପ୍ରଶାସନ କାମ କରିବ । ଦାର୍ଜିଲିଂ ହିଲ ପରିଷଦ ଭଳି ହେବା କଥା । ସଂଘୀୟ ବ୍ୟବସ୍ଥା ରେ ସେଭଳି ବିକାଶ ପରିଷଦ ହେଲେ କେନ୍ଦ୍ରୀୟ ଅନୁଦାନ ମଧ୍ୟ ମିଳିପାରିବ।

ଏହାବାଦ ଦୀର୍ଘ ମିଆଦୀ ଯୋଜନା , ଅଧିକ ଆର୍ଥିକ ଅନୁଦାନ ନେଇ ବୈଠକରେ ଆଲୋଚନା ହୋଇଥିବା ସୁରେଶ କହିଛନ୍ତି । ସେହିପରି ଓ ସାମଗ୍ରିକ ବିକାଶ ନେଇ ପ୍ରଥମ ବୈଠକରେ ଦାବି କରାଯାଇଛି । ଏହାବାଦ ପଶ୍ଚିମ ଓଡିଶାର ଅନୁନ୍ନତ ଅଞ୍ଚଳର ବିକାଶ କରାଯାଇ ଓଡିଶାର ଉନ୍ନତ ଅଞ୍ଚଳ ସହ ସମକକ୍ଷ କରାଯାଉ ବୋଲି ଦାବି କରାଯାଇଥିବା ବରଗଡ ସାଂସଦ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details