ଭୁବନେଶ୍ବର: ପଶ୍ଚିମ ଓଡିଶାର ଲୋକସଙ୍ଗୀତ ଓ ଲୋକ ନୃତ୍ୟରେ ଦୁଲୁକିଲା ଭଞ୍ଜକଳା ମଣ୍ଡପ । ଉଭୟ ଭଜନ , ଲୋକସଙ୍ଗୀତ ଓ ନୃତ୍ୟରେ ମଣ୍ଡପରେ ଉପସ୍ଥିତ ଦର୍ଶକ ବିଭୋର ହୋଇଛନ୍ତି ।ଭଞ୍ଜକଳା ମଣ୍ଡପରେ ପଶ୍ଚିମ ଓଡିଶାର ନୃତ୍ୟ ଓ ସଙ୍ଗୀତକୁ ନେଇ ଦୁଇ ଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଯାହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉଦଘାଟନ କରିଛନ୍ତି । ପଶ୍ଚିମ ଓଡିଶାର ସଂସ୍କୃତିକୁ ରାଜଧାନୀରେ ପରିଚିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ ହୋଇଥିବା ସଂସ୍କୃତି ସଚିବ କହିଥିଲେ ।
ପଶ୍ଚିମ ଓଡିଶା ଲୋକନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ଭଞ୍ଜକଳା ମଣ୍ଡପ - Cultural program Inagurated
ପଶ୍ଚିମ ଓଡିଶାର ସଂସ୍କୃତିକୁ ରାଜଧାନୀରେ ପରିଚିତ କରିବା ଉଦ୍ଦେଶ୍ୟରେ ପଶ୍ଚିମ ଓଡିଶାର ନୃତ୍ୟ ଓ ସଙ୍ଗୀତକୁ ନେଇ ଭଞ୍ଜକଳା ମଣ୍ଡପରେ ଦୁଇ ଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି ,ଭୁବନେଶ୍ବର
ପ୍ରଥମ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ଓ ସାଥୀଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ପରେ ଅଭୟ ଆର୍ଟ ଏକାଡେମୀ କୁଚିଣ୍ଡା ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗା ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ବଜାସାଲ ପରିବେଷଣ କରାଯାଇଥିଲା । ଯାହାକୁ ଉପସ୍ଥିତ ଦର୍ଶକ ବେଶ ଉପଭୋଗ କରିଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ