ଭୁବନେଶ୍ବର: 16 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୱେଲ ମାର୍କଡ୍ ଲୋ ଏବେ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ତଥା ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଏହି ଲଘୁଚାପ ସହ ଜଡିତ ଘୂର୍ନିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିମି ଉଚ୍ଚତା ଯାଇଁ ବାୟୁମଣ୍ଡଳରେ ବ୍ୟାପିଛି | ଏହା ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପୂର୍ବ ଦିଗରେ ଗତିକରି ଓଡିଶା ଉପକୂଳ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି |
ଏହା ଆଗାମୀ ୧୨ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ 24 ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି | ତେବେ ଏହାର ପ୍ରଭାବରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।