ଓଡିଶା

odisha

By

Published : Jul 8, 2021, 10:56 PM IST

ETV Bharat / city

‘ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ବିକଳ୍ପ ଶିକ୍ଷା ପଦ୍ଧତି ବଡ଼ ଆହ୍ୱାନ’

କୋଭିଡ ମହାମାରୀ ସମୟରେ ବିକଳ୍ପ ଶିକ୍ଷା ପଦ୍ଧତି ପ୍ରସଙ୍ଗରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ଓ ୟୁନିସେଫ ଓଡ଼ିଶାର ସହଭାଗିତାରେ ଏକ ୱେବିନାର ଅନୁଷ୍ଠିତ । ଅଧିକ ପଢନ୍ତୁ...

‘ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ବିକଳ୍ପ ଶିକ୍ଷା ପଦ୍ଧତି ବଡ଼ ଆହ୍ୱାନ’
‘ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ବିକଳ୍ପ ଶିକ୍ଷା ପଦ୍ଧତି ବଡ଼ ଆହ୍ୱାନ’

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ବିକଳ୍ପ ଶିକ୍ଷା ପଦ୍ଧତି କଣ ହୋଇପାରିବ? ଏହି ପ୍ରସଙ୍ଗରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ଓ ୟୁନିସେଫ ଓଡ଼ିଶାର ସହଭାଗିତାରେ ଏକ ୱେବିନାର ଅନୁଷ୍ଠିତ ହୋଇଛି । କୋଭିଡ୍‌ ସମୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟ ଦେଶମାନଙ୍କରେ ବିକଶିତ ହୋଇଥିବା ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ଏକ ଦୁଇଦିନିଆ ଅନ୍ତର୍ଜାତୀୟ ୱେବିନାରରେ ଆଲୋଚନା ହୋଇଛି ।

‘ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ବିକଳ୍ପ ଶିକ୍ଷା ପଦ୍ଧତି ବଡ଼ ଆହ୍ୱାନ’
‘ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ବିକଳ୍ପ ଶିକ୍ଷା ପଦ୍ଧତି ବଡ଼ ଆହ୍ୱାନ’

ବିଭିନ୍ନ ସମସ୍ୟା ସତ୍ତ୍ବେ ଛାତ୍ରଛାତ୍ରୀମାନଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା । ତା’ର ନିରନ୍ତରତାକୁ ବଜାୟ ରଖିବା ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସ୍ତରରେ ଅନେକ ଅଭିନବ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସବୁ ବିକଳ୍ପ ଶିକ୍ଷା ଆଧାରରେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀମାନଙ୍କର ସ୍ବାର୍ଥରକ୍ଷା ଦିଗରେ ଏହି ଅଭିନବ ଉପାୟ ଉପାଦେୟତା ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଉଦ୍ଦେଶ୍ୟରେ ଏହି ଅନ୍ତର୍ଜାତୀୟ ୱେବିନାରରେ ପରିକଳ୍ପନା କରାଯାଇଛି । କୋଭିଡ୍‌ ମହାମାରୀ ସମୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବା ଦିଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍‌ କାର୍ଯ୍ୟକ୍ରମ ଭଳି ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି ।

କୋଭିଡ୍‌ ମହାମାରୀ ପ୍ରଭାବିତ ହୋଇଥିବା ବିଭିନ୍ନ କ୍ଷେତ୍ର ମଧ୍ୟରେ ଶିକ୍ଷା ବ୍ୟବସ୍ଥା ଅନ୍ୟତମ । ମହାମାରୀ କାରଣରୁ ଦୀର୍ଘ ଅବଧି ଧରି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା କାରଣରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ବିକଳ୍ପ ଶିକ୍ଷା ପଦ୍ଧତି ଏକ ବଡ଼ ଆହ୍ମାନ । ସରକାରୀ ତଥା ବେସରକାରୀ ସ୍ତରରେ ବିକଳ୍ପ ଶିକ୍ଷା ପଦ୍ଧତିର ଅନେକ ମଡେଲ ବିକଶିତ ହୋଇ କାର୍ଯ୍ୟକାରୀ ମଧ୍ୟ କରାଯାଉଛି । ମୁଖ୍ୟତଃ ଡିଜିଟାଲ୍‌ ପ୍ଲାଟଫର୍ମ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା ଏହି ବିକଳ୍ପ ଶିକ୍ଷା ପଦ୍ଧତି ସମସ୍ତଙ୍କ ପାଖରେ ପହଞ୍ଚିବା ଦିଗରେ ବିଦ୍ୟୁତ ତଥା ଫୋନ୍‌ ନେଟ୍‌ୱାର୍କ ସମସ୍ୟା ସୃଷ୍ଟି କରିଛି । ୱେବିନାରର ପ୍ରଥମ ଦିବସରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟ ୪ଟି ଦେଶର ଅଂଶଗ୍ରହଣ କରିଥିବା ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ପ୍ରଶାସକମାନେ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନ କରିଛନ୍ତି ।

ଦିବା ୧୦ଟାରୁ ଅପରାହ୍ନ ୨ଟା ମଧ୍ୟରେ ବୈଷୟିକ ଅଧିବେଶନର ଉଦ୍‌ଘାଟନ ସହିତ ୭ଟି ବୈଷୟିକ ଉପସ୍ଥାପନା କରାଯାଇଛି । ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ନିର୍ଦ୍ଦେିଶିକା ଗୁହା ପୁନମ ତାପସ କୁମାର, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ନଭଲଜିତ କାପୁର, ୟୁନିସେଫ୍‌ର ଶିକ୍ଷା ବିଭାଗ ମୁଖ୍ୟ ଡ. ଟେରୀଦୁର୍ନିୟାନ୍‌ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପଦେଷ୍ଟା ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା ଯୋଗଦେଇ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମକୁ ଶ୍ବେତା ମିଶ୍ର ପରିଚାଳନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details