ଭୁବନେଶ୍ବର: ଅଧିକ ସଂଖ୍ୟାରେ ସଦସ୍ୟଙ୍କୁ ଆକୃଷ୍ଟ କରିବା ପାଇଁ ଅଣ୍ଟା ଭିଡିଲାଣି ବିଜୁ ଜନତା ଦଳ । ନୂତନ ସଦସ୍ୟଙ୍କୁ ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଗୁରୁତ୍ବ ଦିଆଯିବ । ତେବେ ନୂଆକରି ଯୋଡି ହୋଇଥିବା ସଦସ୍ୟଙ୍କ ନିକଟରେ ପହଞ୍ଚିବ ଇମେଲ ଓ ମେସେଜ । ଏଥିପାଇଁ ବ୍ୟବସ୍ଥା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ନିର୍ବାଚନ ମଣ୍ଡଳୀର ବିଧାୟକ ବିଧାୟିକା, ଅଞ୍ଚଳର ସାଂସଦ, କାର୍ଯ୍ୟକର୍ତ୍ତାଙ୍କ ଠାରୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମନ୍ଵୟରେ ଯଥାଶୀଘ୍ର ଜିଲ୍ଲା କମିଟି ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଭ୍ୟ ସଂଗ୍ରହ ଅଭିଯାନ ଲକ୍ଷ୍ୟକୁ ଆଗେଇବ । ସଭ୍ୟ ସଂଗ୍ରହ ଅଭିଯାନ ପ୍ରତ୍ୟେକ ସ୍ତରରେ କିପରି ପରିଚାଳନା କଲେ ସେନେଇ ବିଶେଷ ତଥ୍ୟ ମାନ୍ୟବର ରାଜ୍ୟ ସଭାପତିଙ୍କୁ ଅବଗତ କରାଯିବ । ପ୍ରତ୍ୟେକ ବିଧାୟକ ତାଙ୍କ ଅଞ୍ଚଳ ପାଇଁ ଜଣେ ଡାଟା ଏଣ୍ଟ୍ରି ସଂଯୋଜକ ନାଁ ଇମେଲ bijujanatadala@gmail.com ଓ ୯୩୩୭୪୧୪୭୯୬ ରେ ଯୋଗାଯୋଗ କରିପାରିବେ।