ଓଡିଶା

odisha

ETV Bharat / city

ଆସନ୍ତା 13ରୁ ବଦଳିବ ପାଗ, ବଢିବ ତାପମାତ୍ରା - ଆସନ୍ତା 13 ରୁ ବଦଳିବ ପାଗ

ଆସନ୍ତା 13 ରୁ ବଦଳିବ ପାଗ । 2ରୁ 4 ଡିଗ୍ରୀ ବଢିବ ଦିନ ତାପମାତ୍ରା। କାରଣ ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି। ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ‘ଅସାନି’ ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି । ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଅଧିକ ପଢନ୍ତୁ

ଆସନ୍ତା 13 ରୁ ବଦଳିବ ପାଗ, ବଢିବ  ତାପମାତ୍ରା
ଆସନ୍ତା 13 ରୁ ବଦଳିବ ପାଗ, ବଢିବ ତାପମାତ୍ରା

By

Published : May 11, 2022, 5:40 PM IST

ଭୁବନେଶ୍ବର: ଆସନ୍ତା 13 ରୁ ବଦଳିବ ପାଗ । 2ରୁ 4 ଡିଗ୍ରୀ ବଢିବ ଦିନ ତାପମାତ୍ରା । କାରଣ ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି । ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ‘ଅସାନି’ ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି । ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ପୁରୀଠାରୁ ଦକ୍ଷିଣ-ପଶ୍ଚିମରେ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ । ମଛଲିପଟ୍ଟନମଠାରୁ ୪୦ କିଲୋମିଟର ଓ କାକିନାଡାଠାରୁ ୧୪୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେବ ୬ କିଲୋମିଟର ବେଗରେ ଆଗକୁ ବଢୁଛି । ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ନର୍ସାପୁର, ୟନମ, କାକିନାଡ, ଟୁନି ଓ ବିଶାଖାପାଟନମ ଉପକୂଳ ଦେଇ ସମୁଦ୍ରରେ ଗତି କରିବ । ଓଡିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଏହା ଅବପାତର ରୂପ ନେଇସାରିଥିବ । ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପାଗ ବଦଳିବ । ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ବାତ୍ୟା ଦୁର୍ବଳ ହେଉଥିବାରୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ।

ଆସନ୍ତା 13 ରୁ ବଦଳିବ ପାଗ, ବଢିବ ତାପମାତ୍ରା

ବାତ୍ୟା ଦୁର୍ବଳ ହୋଇ କାଲି ଅବପାତର ରୂପ ନେବା ସମ୍ଭାବନା । ହେଲେ ଏହାର ପ୍ରଭାବରେ ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ,ନବରଙ୍ଗପୁର, ଗଜପତି ,କେଉଁଝର, ମୟୁରଭଞ୍ଜ,ବାଲେଶ୍ଵର ଓ ପୁରୀରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ୧୨ ତାରିଖ ରାତି ଯାଏଁ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା କିଛି ଘଣ୍ଟା ରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଳା ଗୁଡିକରେ ୪୦ ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ବହିପାରେ। ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ବୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details