ଓଡିଶା

odisha

ETV Bharat / city

ରାଜ୍ୟରେ କୋହଲା ପାଗ, 6 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ - weather update

କୋହଲା ପାଗ ନେଇ ୟେଲୋ ୱାର୍ନିଙ୍ଗ ଜାରି। ଅଧିକ ପଢନ୍ତୁ.....

weather update
ୟେଲୋ ୱାର୍ନିଙ୍ଗ ଜାରି

By

Published : Feb 10, 2020, 11:31 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥଣ୍ଡା ପବନ ବହିବା ସହିତ ଘନ କୁହୁଡି ହେବା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଥଣ୍ଡା ପବନ ବହିବା ନେଇ ସୋନପୁର, ବଲାଙ୍ଗୀର, ଅନୁଗୁଳ, ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ସେହିପରି ସୋନପୁର, ବଲାଙ୍ଗୀର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଆସନ୍ତା ୪ ରୁ ୫ ଦିନ ପାଇଁ ସମଗ୍ର ରାଜ୍ୟରେ ପାଗ ଶୁଖିଲା ରହିବ । ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ୟେଲୋ ୱାର୍ନିଙ୍ଗ ଜାରି

ଆସନ୍ତା ୪୮ ଘଣ୍ଟାରେ ତାପମାତ୍ରା ସ୍ବାଭାବିକ ଠାରୁ କମ ରହିବ । ରବିବାର ରାଜ୍ୟରେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details