ଓଡିଶା

odisha

ETV Bharat / city

୧୬ ଜିଲ୍ଲାକୁ ବର୍ଷା ନେଇ ୟେଲୋ ଆଲର୍ଟ - ଫୁଲବାଣୀରେ ସର୍ବାଧିକ ୪୦ ମିମି

୧୬ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ୧୬ଟି ଜିଲ୍ଲାକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ରାଜ୍ୟରେ ୧୬ ଜିଲ୍ଲାରେ ବର୍ଷା: ୟେଲୋ ଆଲର୍ଟ ଜାରି
ରାଜ୍ୟରେ ୧୬ ଜିଲ୍ଲାରେ ବର୍ଷା: ୟେଲୋ ଆଲର୍ଟ ଜାରି

By

Published : Mar 7, 2020, 11:07 PM IST

ଭୁବନେଶ୍ବର: ରାଜ୍ୟର ୧୬ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟାରେ ୧୬ଟି ଜିଲ୍ଲାକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ରାଜ୍ୟରେ ୧୬ ଜିଲ୍ଲାରେ ବର୍ଷା: ୟେଲୋ ଆଲର୍ଟ ଜାରି

କନ୍ଧମାଳ, ଅନୁଗୋଳ, ବୌଦ୍ଧ, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ରାୟଗଡା, ଗଜପତି, କୋରାପୁଟ, ଯାଜପୁର, କଟକ, ନୂଆପଡା ,କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାରେ ଘଡଘଡି ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବାଧିକ ୪୦ ମିମି , ଅନୁଗୋଳରେ ୩୦ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଆକାଶ ମେଘୁଆ ରହିବା ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details