ଓଡିଶା

odisha

ETV Bharat / city

ନିଷ୍କ୍ରିୟ ହେଲା ମୌସୁମୀ: ଆଗାମୀ ୩ ଦିନ ଶୁଖିଲା ରହିବ ପାଗ - ଆଗାମୀ ୩ ଦିନ ଶୁଖିଲା ରହିବ ପାଗ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ତଥା ୩୦ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଏବଂ ଉପକୂଳ ଓଡିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ନିଷ୍କ୍ରିୟ ହେଲା ମୌସୁମୀ: ଆଗାମୀ  ୩ ଦିନ ଶୁଖିଲା ରହିବ ପାଗ
ନିଷ୍କ୍ରିୟ ହେଲା ମୌସୁମୀ: ଆଗାମୀ ୩ ଦିନ ଶୁଖିଲା ରହିବ ପାଗ

By

Published : Aug 29, 2020, 8:03 PM IST

ଭୁବନେଶ୍ବର : ଲଗାଣ ବର୍ଷା ପରେ ରାଜ୍ୟରେ ଏବେ ପାଗ ଶୁଖିଲା ରହିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ତଥା ୩୦ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଏବଂ ଉପକୂଳ ଓଡିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ନିଷ୍କ୍ରିୟ ହେଲା ମୌସୁମୀ: ଆଗାମୀ ୩ ଦିନ ଶୁଖିଲା ରହିବ ପାଗ

ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ରେ ସର୍ବାଧିକ ୨୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ ୨୧.୬ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ ୧ ତାରିଖରୁ ଅଗଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୯୮୪.୧ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବର୍ଷା ଠାରୁ ୮ ପ୍ରତିଶତ ଅଧିକ । ୧୦ଟି ଜିଲ୍ଲାରେ ସ୍ବାଭାବିକ ବା ୨୦ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରେ କମ ବର୍ଷା ରେକର୍ଡ ହୋଇଛି । ତେବେ ଆସନ୍ତା 3 ଦିନ ଭୁବନେଶ୍ବର ଓ କଟକ ଟୁଇନ ସିଟିରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ସ୍ଵଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ସର୍ବାଧିକ ୩୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details