ଓଡିଶା

odisha

ଘଡଘଡି ସହ ବର୍ଷା ଆଶଙ୍କା, 14 ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି। ଏହାସହ ରାଜ୍ୟର କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।

By

Published : Jan 9, 2020, 8:23 PM IST

Published : Jan 9, 2020, 8:23 PM IST

odisha weather
ଘଡଘଡି ସହ ବର୍ଷା ଆଶଙ୍କା, 14 ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି। ଏହାସହ ରାଜ୍ୟର କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।

ଘଡଘଡି ସହ ବର୍ଷା ଆଶଙ୍କା, 14 ଜିଲ୍ଲାକୁ ସତର୍କ ସୂଚନା

ଆଗାମୀ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଓ ସମ୍ବଲପୁର ଜିଲ୍ଲାରେ ଘନ କୁହୁଡି ଦେଖାଦେବା ସହ ଉତ୍ତର ଓଡିଶାରେ କୁହୁଡିର ପ୍ରଭାବ କମ ରହିବ । ସେହିପରି ଉତ୍ତର ଓଡିଶାର ସମସ୍ତ ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହା ସହିତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କଳାହାଣ୍ଡି, ଖୋର୍ଦ୍ଧା, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ ଓ ସୁବର୍ଣ୍ଣପୁରରେ ବିଜୁଳି ଓ ଘଡଘଡି ସହିତ ବର୍ଷା ହେବାର ଆଶଙ୍କା ରହିଛି । ତେବେ 24 ଘଣ୍ଟା ପରେ ବର୍ଷା କମିବ ବୋଲି ଆକଳନ କରାଯାଇଛି ।

ସେହିପରି ଆଭ୍ୟନ୍ତରୀଣ ଓଡିଶାରେ 5 ରୁ 6 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ଏବଂ ଉପକୂଳ ଓଡିଶାରେ 3 ରୁ 4 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି। ଅନ୍ୟପଟେ ଗତ 24 ଘଣ୍ଟାରେ ଉତ୍ତରପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାର ଲଖନପୁର ଠାରେ ସର୍ବାଧିକ 18.0ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ ଜିଲ୍ଲାର ବାଲିସଙ୍କରା ଠାରେ 17.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details