ଓଡିଶା

odisha

ETV Bharat / city

ବଦଳିଲା ପାଣିପାଗର ମିଜାଜ କମିବ ତାପମାତ୍ରା ! - bhubaneswar latest news

ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ତାପମାତ୍ରା କମିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ କାଳବୈଶାଖୀ ଝଡ ବର୍ଷା ସହ ପବନ ମଧ୍ୟ ହେବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ...

weather-update-in-odisha-by-indian-metrological-deaprtment
ବଦଳିଲା ପାଣିପାଗର ମିଜାଜ କମିବ ତାପମାତ୍ର

By

Published : Jun 2, 2020, 7:08 PM IST

Updated : Jun 2, 2020, 7:26 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆସନ୍ତା ୫ ଦିନ ମଧ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତାପମାତ୍ରା କମିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ କାଳବୈଶାଖୀ ଝଡ ବର୍ଷା ସହ ପବନ ମଧ୍ୟ ହେବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

ବଦଳିଲା ପାଣିପାଗର ମିଜାଜ କମିବ ତାପମାତ୍ରା

ରାଜ୍ୟର ବିଭିନ୍ନ ଜିଲ୍ଲା ତଥା କୋରାପୁଟ, ରାୟଗଡା, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବଲାଙ୍ଗୀର, ନୂଆପଡା, ସୋନପୁର, ବୌଦ୍ଧ, ଅନୁଗୋଳ, କଳାହାଣ୍ଡି, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡିଶାର ସବୁ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଭୁବନେଶ୍ବର କଟକ ଦୈତ ନଗରୀରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ, ସନ୍ଧ୍ୟାରେ ବିଜୁଳି, ଘଡଘଡି ସହ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ଶ୍ୟାମ ପାଟଣାରେ ସର୍ବାଧିକ ୧୧୩.୩ ମିମି ବର୍ଷା ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ଥାନେ ସ୍ଥାନେ ସ୍ବାଭାବିକ ତାପମାତ୍ରା ଠାରୁ କମ ରହିଛି । ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୦.୭ ରେକର୍ଡ କରାଯାଇଛି । ସୋନପୁରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବରରେ ସର୍ବାଧିକ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jun 2, 2020, 7:26 PM IST

ABOUT THE AUTHOR

...view details