ଓଡିଶା

odisha

ETV Bharat / city

୪ ରୁ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ସୃଷ୍ଟି ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ସ୍ବଳ୍ପ, ମଧ୍ୟମ ଓ ପ୍ରବଳ ବର୍ଷିବ । ଅଧିକ ପଢନ୍ତୁ...

By

Published : Aug 3, 2020, 4:33 PM IST

୪ ରୁ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ
୪ ରୁ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗରର ସମୁଦ୍ର ପତନ ଠାରୁ ୩.୧ କିମି ଏବଂ ୪.୫ କିମି ମଧ୍ୟରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି, ଏହାର ପ୍ରଭାବରେ ଆସନ୍ତା କାଲି (ମଙ୍ଗଳବାର) ୪ ଅଗଷ୍ଟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି।

କଟକ ଜିଲ୍ଲାର ମୁଣ୍ଡଳୀ ଠାରେ ସର୍ବାଧିକ ୧୨୧.୪ ମିମି କଣ୍ଟାପଡା ଠାରେ ୬୫.୦ ମିମି, ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଠାରେ ୮୪.୬ ମିମି, ତାଳଚେର ଠାରେ ୭୫.୦ ମିମି, ବନରପାଳ ୬୪.୮ ମିମି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଠାରେ ୭୧.୧ ମିମି ଏବଂ ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ୭୫.୦ ମିମି ବର୍ଷା ରେକର୍ଡ କରାଯାଇଛି।

୪ ରୁ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଗତ ୨୪ ଘଣ୍ଟାରେ ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୭.୨ ଡିଗ୍ରୀ. ସି ରେକର୍ଡ କରାଯାଇଛି। ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତନ ଠାରୁ ୩.୧ କିମି ଏବଂ ୪.୫ କିମି ମଧ୍ୟରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଏହା ପ୍ରଭାବରେ ମଙ୍ଗଳବାର ଉତ୍ତର ବଙ୍ଗୋପସାଗର ରେ ଗୋଟିଏ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ, ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୪ ରୁ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ସେହିପରି ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଝାରସୁଗୁଡା, ସମ୍ବଲପୁର, ବରଗଡ, ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରଯାଇଛି। ଏହା ବ୍ୟତୀତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରାଯାଇଛି । ସେହିପରି ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ କଟକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ୫ ତାରିଖରେ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା,ସମ୍ବଲପୁର,ଦେବଗଡ ଏବଂ ସୋନପୁର ଜିଲ୍ଲାପାଇଁ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରିକରଯାଇଛି।

୪ ରୁ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ସେହିପରି ସ୍ବଳ୍ପ ବର୍ଷା ପାଇଁ ନୂଆପଡା, ବଲାଙ୍ଗୀର, ଅନୁଗୁଳ, ଏବଂ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ୬ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ କିଛି-କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷାର ସମ୍ଭାବନା ପାଇଁ ସୁନ୍ଦରଗଡ, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ୪ ରୁ ୬ ତାରିଖରେ ଉତ୍ତର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମ୍ଭାବ୍ୟ ଲଘୁଚାପ ଏବଂ ବାୟୁମଣ୍ଡଳର ଚାପର ତାରତମ୍ୟ ଯୋଗୁଁ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବୋହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ର ଗଭୀର ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ସମ୍ପୂର୍ଣ ଭାବେ ବାରଣ କରାଯାଇଛି ।

ସେହିପରି ୪ ଏବଂ ୫ରେ ଓଡିଶା ଉପକୂଳ ଏବଂ ତାର ଅଖାପାଖ ଅଞ୍ଚଳକୁ ମତ୍ସ୍ୟଜୀବୀ ମାନଙ୍କୁ ମାଛ ମାରିବାକୁ ସମ୍ପୂର୍ଣ ଭାବେ ବାରଣ କରାଯାଇଛି। ୧ ଜୁନ ରୁ ୩ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୪୯୮.୯ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୫୯୯.୭ ଠାରୁ ୧୭% ପ୍ରତିଶତ କମ। ୧ ଜୁନ ରୁ ୩ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୧୩ ଗୋଟି ଜିଲ୍ଲା, ପୁରୀ (-୪୮%), ଭଦ୍ରକ (-୨୯%), ବାଲେଶ୍ୱର (-୪୧%), କେନ୍ଦ୍ରାପଡା (-୪୮%), ଯାଜପୁର (-୪୭%), ଖୋର୍ଦ୍ଧା (-୪୬%), କଟକ(-୪୦%), ସୋନପୁର (-୩୭%), ଜଗତସିଂହପୁର (-୩୪%), ମୟୁରଭଞ୍ଜ(-୨୬%), ନୟାଗଡ(-୨୫%), କେନ୍ଦୁଝର (-୨୨%), ଏବଂ ବଲାଙ୍ଗୀର (-୨୧%) ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି।

୧ ଜୁନ ରୁ ୩ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ୧୭ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ୧ ଜୁନ ରୁ ୩ ଅଗଷ୍ଟ ୨୦୨୦ ମଧ୍ୟରେ ପୁରୀ ଜିଲ୍ଲାରେ ସର୍ବନିମ୍ନ ୨୨୬.୪ ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪୭୫.୨ ମିମି ଠାରୁ ୫୨% ପ୍ରତିଶତ କମ। ୧ ଜୁନ ରୁ ୩ ଅଗଷ୍ଟ ୨୦୨୦ ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୬୯୬.୩ ମିମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୬୨୩.୧ ଠାରୁ ୧୨% ପ୍ରତିଶତ ଅଧିକ। ୪୦ ପ୍ରତିଶତ କିମ୍ବା ତା ଠାରୁ କମ ରେକର୍ଡ ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ପୁରୀ ୫୨% ପ୍ରତିଶତ କମ, କେନ୍ଦ୍ରାପଡା ୪୮% ପ୍ରତିଶତ କମ, ଯାଜପୁର ୪୭% ପ୍ରତିଶତ କମ, ଖୋର୍ଦ୍ଧା ସ୍ୱାଭାବିକ ଠାରୁ ୪୬% ପ୍ରତିଶତ କମ, ବାଲେଶ୍ୱର ୪୧% ପ୍ରତିଶତ କମ ଏବଂ କଟକ ୪୦% ପ୍ରତିଶତ କମ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details