ଓଡିଶା

odisha

ETV Bharat / city

ଘୂର୍ଣ୍ଣିବଳୟ ସକ୍ରିୟ, ଆଜିଠୁ ପ୍ରବଳ ବର୍ଷିବ - ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ସୂଚନା ଦେଇଛି ।

weather update heavy rainfall alert to many district of odisha
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

By

Published : Sep 19, 2022, 10:47 AM IST

ଭୁବନେଶ୍ବର:ଉତ୍ତର ବଙ୍ଗୋପସାଗରର ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ଅଞ୍ଚଳରେ ବାୟୁମଣ୍ଡଳର 5.8 କିମି ଉଚ୍ଚତା ଯାଏ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ତଥା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ଏକ ଲଘୁଚାପ (Low Pressure) କ୍ଷେତ୍ର ସମ୍ଭାବନା ରହିଛି । ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ।

ଆସନ୍ତା 21 ତାରିଖ ଯାଏ ପ୍ରବଳ ବର୍ଷା ସହ ବୃଷ୍ଚିପାତ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ପୂର୍ବାନୁମାନ କରିଛି । ଆଗାମୀ ତିନି ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉପକୂଳ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ତଥା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ସାରା ରାଜ୍ୟରେ 20 ଓ 21ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଡପ୍ଲର ରାଡାର ପାରାଦ୍ବୀପରୁ ମିଳୁଥିବା ତଥ୍ୟ ଅନୁଯାୟୀ ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ ଜାରି ରହିଛି । ଆଜି ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର । ସେହିପରି ଆସନ୍ତାକାଲି ବଲାଙ୍ଗୀର, କଳାହାଣ୍ଡି,କନ୍ଧମାଳ, ବୌଦ୍ଧ, ସୋନପୁର ଓ ନୟାଗଡ଼ରେ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭୂସ୍ଖଳନର ଆଶଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ:ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ, ୨୦ ବେଳକୁ ଲଘୁଚାପ

ଆସନ୍ତା 21ରେ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ୨୦ରେ ଗଭୀର ସମୁଦ୍ର ଏବଂ ୨୧ ଓ ୨୨ ତାରିଖରେ ଓଡ଼ିଶା ଉପକୂଳ ଅଶାନ୍ତ ରହିବା ଆଶଙ୍କା କରାଯାଉଥିବାରୁ ୨୦ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ABOUT THE AUTHOR

...view details