ଓଡିଶା

odisha

ETV Bharat / city

ଦୁଇଦିନ ଭିଜିବ ଓଡିଶା, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ - ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ଆଖି ଆଗରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ୍ତ ଜେନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

weather update: Heavy Rain Alert For Next 2 Days
ଦୁଇଦିନ ଭିଜିବ ଓଡିଶା, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

By

Published : Feb 24, 2020, 10:45 PM IST

ଭୁବନେଶ୍ବର: ରାଜ୍ୟରେ ଦୁଇଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ କେତେକ ସ୍ଥାନରେ ପାଗ କୋହଲା ରହିଥିବା ଦେଖିବାକୁ ମିଳିଛି। କାଲିଠୁ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ ।

ପ୍ରାୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ବିଶେଷକରି କୁହୁଡି ସମୟରେ ଫୋର୍ସ ମୁତୟନ କରି ଦୁର୍ଘଟଣା ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଫସଲ ଯେପରି କ୍ଷତି ନହୁଏ ସେନେଇ ବନ୍ଦୋବସ୍ତ କରିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା । କୌଣସି ସ୍ଥାନରେ ଯଦି କିଛି ଅସୁବିଧା ଉପୁଜେ ତାହାଲେ ସଙ୍ଗେସଙ୍ଗେ କଣ୍ଟ୍ରୋଲ ରୁମକୁ ଫୋନ ଯୋଗେ ଜଣାଇବା ପାଇଁ କୁହାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details