ଓଡିଶା

odisha

ETV Bharat / city

କୁହୁଡି ବଳୟରେ ଆଭ୍ୟନ୍ତରୀଣ ଓଡିଶା - କୁହୁଡି ବଳୟରେ ଆଭ୍ୟନ୍ତରୀଣ ଓଡିଶା

ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ନେଇ ସତର୍କ ସୂଚନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ କୁହୁଡି ଦେଖାଦେବ । ଅଧିକ ପଢନ୍ତୁ...

Weather update,dense-fog-in-all-over-odisha
କୁହୁଡି ବଳୟରେ ଆଭ୍ୟନ୍ତରୀଣ ଓଡିଶା

By

Published : Dec 3, 2020, 10:02 PM IST

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ନେଇ ସତର୍କ ସୂଚନା । ଆସନ୍ତାକାଲି ଅର୍ଥାତ ୪ ଡିସେମ୍ବର ସକାଳ ସମୟରେ ତାମିଲନାଡୁ ଓ କନ୍ୟାକୁମାରୀ ଉପକୂଳ ଅତିକ୍ରମ କରିବ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା "ବୁରେଭି" । ତେବେ ବାତ୍ୟାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ।

କୁହୁଡି ବଳୟରେ ଆଭ୍ୟନ୍ତରୀଣ ଓଡିଶା
ଆସନ୍ତା ୨୪ ଘଣ୍ଟା, ୪ ଡିସେମ୍ବର ଶୁକ୍ରବାର ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ଦେଖାଦେବ । କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, କଟକ ଜିଲ୍ଲାରେ କୁହୁଡି ଦେଖାଦେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
କୁହୁଡି ବଳୟରେ ଆଭ୍ୟନ୍ତରୀଣ ଓଡିଶା

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ୱର ଆକାଶ ନିର୍ମଳ ରହିବା ସହ ତାପମାତ୍ରା ହ୍ରାସ ପାଇବ ।

କୁହୁଡି ବଳୟରେ ଆଭ୍ୟନ୍ତରୀଣ ଓଡିଶା

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୫ ଡିଗ୍ରୀ ତାପମାତ୍ରା ତଳେ ୧୭ ସହର ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୮ ରେକର୍ଡ କରାଯାଇଛି ।

କୁହୁଡି ବଳୟରେ ଆଭ୍ୟନ୍ତରୀଣ ଓଡିଶା

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details