ଓଡିଶା

odisha

ETV Bharat / city

ଓଡିଶାରେ ମୌସୁମୀ ବାୟୁ ସକ୍ରିୟ, କୁଚିଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ - କୁଚିଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ

ଗତ ଦୁଇଦିନ ଧରି ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ, ଉପକୂଳର ଅନେକ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ଓଡିଶାରେ ମୌସୁମୀ ବାୟୁ ସକ୍ରିୟ, କୁଚିଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ
ଓଡିଶାରେ ମୌସୁମୀ ବାୟୁ ସକ୍ରିୟ, କୁଚିଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ

By

Published : Jun 21, 2020, 9:20 PM IST

ଭୁବନେଶ୍ବର: ଗତ ଦୁଇଦିନ ଧରି ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ, ଉପକୂଳର ଅନେକ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି ।

ଓଡିଶାରେ ମୌସୁମୀ ବାୟୁ ସକ୍ରିୟ, କୁଚିଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ

ଗତ ୨୪ ଘଣ୍ଟା ମଧ୍ୟରେ କୁଚିଣ୍ଡା(ସମ୍ବଲପୁର)ରେ ସର୍ବାଧିକ ୧୯୫.୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବେଲଗାଁ(ବଲାଙ୍ଗୀର)ରେ ୧୩୮.୦ ମିମି, ସୁନ୍ଦରଗଡରେ ୧୦୮.୦ ମିମି, ଚନ୍ଦନପୁର (ମୟୂରଭଞ୍ଜ)ରେ ୧୦୩.୮ ମିମି, ଲାଇକିରା(ଝାରସୁଗୁଡା)ରେ ୧୦୩.୦ ମିମି, କେସିଙ୍ଗା(କଳାହାଣ୍ଡି)ରେ ୧୦୨.୦୦ ମିମି, ଯୁଜୁମୁରା(ସମ୍ବଲପୁର)ରେ ୯୭.୦ ମିମି, ଟିଟିଲାଗଡ(ବଲାଙ୍ଗୀର)ରେ ୯୭.୦ ମିମି, କିରମୀରା(ଝାରସୁଗୁଡା)ରେ ୯୦.୦ ମିମି, ଏମ.ରାମପୁର(କଳାହାଣ୍ଡି)ରେ ୯୦.୦ ମିମି, କୋଲାବିରା(ଝାରସୁଗୁଡା)ରେ ୮୯.୦ ମିମି, ନର୍ଲା(କଳାହାଣ୍ଡି)ରେ ୮୧.୦ ମିମି, ଲାଞ୍ଜିଗଡ(କଳାହାଣ୍ଡି)ରେ ୭୯.୨ ମିମି ଓ ଖଡିଆଳ (ନୂଆପଡା)ରେ ୬୭.୮ ମିମି ବର୍ଷା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ୧ ଜୁନ ୨୦୨୦ରୁ ୨୧ ଜୁନ ୨୦୨୦ ମଧ୍ୟରେ ଓଡ଼ିଶାରେ ୧୭୨.୪ ମିମି ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ଅବଧି ମଧ୍ୟରେ ସ୍ବାଭାବିକ ବର୍ଷା ୧୨୬.୬ ମିମି ଠାରୁ ୩୬ ପ୍ରତିଶତ ଅଧିକ ହୋଇଛି । ୨୧ ଜୁନ ସୁଦ୍ଧା କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ସ୍ବାଭାବିକ ବର୍ଷାଠାରୁ କମ ବର୍ଷା ହୋଇଛି । ଯାଜପୁରରେ ସ୍ବାଭାବିକ ବର୍ଷାଠାରୁ ୨୧ ପ୍ରତିଶତ ଓ କେନ୍ଦ୍ରାପଡାରେ ୩୮ ପ୍ରତିଶତ କମ ବର୍ଷା ହୋଇଛି । ବାଲେଶ୍ବର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ରବିବାର ସୁଦ୍ଧା ସ୍ବାଭାବିକ ବର୍ଷା ଅନୁଭୂତ ହୋଇଛି । ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ନୟାଗଡ, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ବରଗଡ ଜିଲ୍ଲାରେ ରବିବାର ସୁଦ୍ଧା ସ୍ବାଭାବିକ ଠାରୁ ଅଧିକ ବର୍ଷା ଅନୁଭୂତ ହୋଇଛି । ସେହିପରି ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ରବିବାର ସୁଦ୍ଧା ସ୍ବାଭାବିକ ଠାରୁ ଅତ୍ୟଧିକ (୬୦ ପ୍ରତିଶତ କିମ୍ବା ତାଠାରୁ ଅଧିକ) ବର୍ଷା ଅନୁଭୂତ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details