ଓଡିଶା

odisha

ETV Bharat / city

ଆଗାମୀ 5 ଦିନ ଶୀତରେ ଥରିବ ରାଜ୍ୟ - ଶୁଖିଲା ରହିବ ପାଗ

ଓଡିଶାରେ ଶୀତ ଲହରୀ । 2 ରୁ 3 ଡିଗ୍ରି ତଳକୁ ଖସିବ ପାରଦ । ଅଧିକ ପଢନ୍ତୁ..

ଆଗାମି 5 ଦିନ ଶୀତରେ ଧରିବ ରାଜ୍ୟ

By

Published : Nov 13, 2019, 11:01 PM IST

Updated : Nov 13, 2019, 11:10 PM IST

ଭୁବନେଶ୍ବର: ଆସନ୍ତା 5 ଦିନରେ ଓଡ଼ିଶାରେ ଶୁଖିଲା ରହିବ ପାଗ । ରାତିରେ ପାରଦ 2 ରୁ 3 ଡିଗ୍ରି ତଳକୁ ଖସିବ । ଯାହା ପ୍ରଭାବରେ ଥଣ୍ଡା ଅନୁଭୂତ ହେବ ।

ଆଗାମି 5 ଦିନ ଶୀତରେ ଧରିବ ରାଜ୍ୟ

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ତଳକୁ ଖସି, ଶୀତ ଅନୁଭୂତ ହେବ । ଆସନ୍ତା ଦିନରେ ପାରଦ 2 ରୁ 3 ଡିଗ୍ରୀ ତଳକୁ ଖସିବ । ରାଜ୍ୟରେ ସ୍ବାଭାବିକ ଭାବରେ ଡିସେମ୍ବରରେ ଶୀତ ଅନୁଭୂତ ହେବ।ଗତ 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ 11.5 ଡିଗ୍ରୀ ତାପମାତ୍ରା ରହିଛି ।

ସେହିପରି ଭୁବନେଶ୍ବରରେ 19 ଡିଗ୍ରୀ ତାପମାତ୍ରା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 13, 2019, 11:10 PM IST

ABOUT THE AUTHOR

...view details