ଓଡିଶା

odisha

ଦୁଇ ଦିନ ରାଜ୍ୟରେ ଘୁର୍ଣ୍ଣିଝଡ ସହ କୁଆପଥର ବର୍ଷା

By

Published : Apr 23, 2020, 7:31 PM IST

ଆସନ୍ତା ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଘୁର୍ଣ୍ଣିଝଡ ସହ କୁଆପଥର ବର୍ଷା ହୋଇପାରେ । ଏହାସହ ବିଜୁଳି ଘଡଘଡି ବି ହୋଇପାରେ । ୨୯ ଯାଏଁ ରାଜ୍ୟରେ ପାଗର ପରିବର୍ତ୍ତନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

୨୯ ଯାଏଁ ରାଜ୍ୟରେ ପାଗର ପରିବର୍ତ୍ତନ
୨୯ ଯାଏଁ ରାଜ୍ୟରେ ପାଗର ପରିବର୍ତ୍ତନ

ଭୁବନେଶ୍ବର: ଆସନ୍ତା ୨୯ ଯାଏଁ ପାଗରେ ପରିବର୍ତ୍ତନ । ଆସନ୍ତା ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଘୁର୍ଣ୍ଣିଝଡ ସହ କୁଆପଥର ବର୍ଷା ହୋଇପାରେ । ଏହାସହ ବିଜୁଳି ଘଡଘଡି ବି ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡବର୍ଷା ସହ ବିଜୁଳି ଘଡଘଡି ମାରିବ ।

୨୯ ଯାଏଁ ରାଜ୍ୟରେ ପାଗର ପରିବର୍ତ୍ତନ

୩୦ ରୁ ୪୦ କିମି ବେଗରେ ମଧ୍ୟ ପବନ ବହିବା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୨୫ ତାରିଖରେ ମଧ୍ୟ କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ ବର୍ଷା ସହ ବିଜୁଳି ଘଡଘଡି ହେବ । ଏହାସହ ୪୦ ରୁ ୫୦ କିମି ବେଗରେ ପବନ ବହିବ ।

୨୯ ଯାଏଁ ରାଜ୍ୟରେ ପାଗର ପରିବର୍ତ୍ତନ

ସେହିପରି ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଗଞ୍ଜାମ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ବିଜୁଳି, ଘଡଘଡି ସହ ବର୍ଷା ହେବ । ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାର ମାଧବାରିଡାଠାରେ ସର୍ବାଧିକ ୬୪.୮ ମିମି ବର୍ଷା ରେକର୍ଡ କରାଯାଇଛି ।

୨୯ ଯାଏଁ ରାଜ୍ୟରେ ପାଗର ପରିବର୍ତ୍ତନ

ସେପଟେ ମାଲକାନଗିରିରେ ସର୍ବାଧିକ ୪୧.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଦିନର ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ତାପମାତ୍ରା କମ ରହିଛି । ଭୁବନେଶ୍ବରରେ ସର୍ବାଧିକ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details