ଓଡିଶା

odisha

ETV Bharat / city

ଆସୁଛି ମୌସୁମୀ, ଆରମ୍ଭ ହୋଇଗଲାଣି ବର୍ଷା - bhubaneswar

ରାଜ୍ୟରେ କିଛି ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ଛୁଇଁବ ମୌସୁମୀ । ଗୁରୁବାର ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି ଝିପିଝିପି ବର୍ଷା । ସେପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି । ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 20, 2019, 4:37 PM IST

ଭୁବନେଶ୍ବର: ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ତେଣୁ ଗୁରୁବାର ସକାଳୁ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟରେ କିଛି ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି । ଉତ୍ତର ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇ ଓଡିଶା ଛୁଇଁବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ଆସନ୍ତା ୨୪ ଘଣ୍ଟାରେ ଉପକୂଳ ୪ଟି ଜିଲ୍ଲାରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେପଟେ ରାଜ୍ୟର 11ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଲା ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା, ଅନୁଗୋଳ, କଟକ, ନୟାଗଡ଼ ଓ ପୁରୀ ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମନ ବିଶ୍ବାସ କହିଛନ୍ତି । ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ଗତ ବୁଧବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୁନ୍ଦରଗଡ, ଖୋର୍ଦ୍ଧା, କଟକ, ପୁରୀ, ମୟୁରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ନୟାଗଡ, ବୌଦ୍ଧ, ଗଜପତି, କଳାହାଣ୍ଡି, ବଲାଙ୍ଗିରି, ନବରଙ୍ଗପୁର, ଗଞ୍ଜାମ, ଢେଙ୍କାନାଳ, ନୂଆପଡା ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିଲା । ଅନ୍ୟପଟେ ଉତ୍ତର ଓ ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷାର ସମ୍ଭାବନା ଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details