ଓଡିଶା

odisha

ETV Bharat / city

ଦୀପାବଳିରେ ପାଗ ଶୁଖିଲା, ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା - ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଟ୍ରାପ୍ ଲାଇନ ପ୍ରଭାବରୁ ରାଜ୍ୟର କେତେକ ଅଞ୍ଚଳରେ ଦୀପାପଳିରେ ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 26, 2019, 9:45 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଲଘୁଚାପ ଦୁର୍ବଳ ହେବା ପରେ ଏହା ପଶ୍ଚିମ ଆସାମ ଆଡକୁ ମୁହାଁଇଛି । ସେହିପରି ରାଜ୍ୟ ଉପରେ ଥିବା ଟ୍ରାପ ଲାଇନ ପ୍ରଭାବରୁ ଆସନ୍ତା 24 ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ମୋଟାମୋଟି ରାଜ୍ୟର ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟର ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ବୌଦ୍ଧ ଏବଂ ନବରଙ୍ଗପୁରରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଭୁବନେଶ୍ବର କଟକ ସହରରେ ଆକାଶ ମେଘାଚ୍ଛନ୍ନ ରହିବା ସହ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର ରାଜ୍ୟର ବ୍ରହ୍ମପୁରରେ ସର୍ବାଧିକ ୮୭.୮ ମିମି ବର୍ଷା ରେକର୍ଡ କରାଯାଇଛି ।

ମୌସୁମୀ ବାୟୁ ଓଡିଶାରୁ ଚାଲିଯାଇଥିବା ରାଜ୍ୟକୁ ଡିସେମ୍ବରରୁ ଶୀତ ଆସିବାର ସମ୍ଭାବନା ରହିଛି । ସେହିପରି ରାଜ୍ୟର ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ମଧ୍ୟରେ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details