ଓଡିଶା

odisha

ETV Bharat / city

Cyclone Update: ବାତ୍ୟା ଅସାନି ପ୍ରଭାବରେ 10 ସନ୍ଧ୍ୟାରୁ ବର୍ଷା

ବାତ୍ୟାର ରୂପ ନେଲା ଗଭୀର ଅବପାତ । ଏହାର ପ୍ରଭାବରେ 10 ତାରିଖ ସନ୍ଧ୍ୟାରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା । ଅଧିକ ପଢନ୍ତୁ

By

Published : May 8, 2022, 12:52 PM IST

Cyclone Update: ସୃଷ୍ଟି ହେଲା ବାତ୍ୟା, 10 ସନ୍ଧ୍ୟାରୁ ବର୍ଷା
Cyclone Update: ସୃଷ୍ଟି ହେଲା ବାତ୍ୟା, 10 ସନ୍ଧ୍ୟାରୁ ବର୍ଷା

ଭୁବନେଶ୍ବର:ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଆଜି ବାତ୍ୟାର ରୂପ ନେଇଛି । ବାତ୍ୟାର ନାମ ଅସାନି ରଖାଯାଇଛି । ବର୍ତ୍ତମାନ ଏହା ଘଣ୍ଟା ପ୍ରତି 16 କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ରହିଛି ।

Cyclone Update: ସୃଷ୍ଟି ହେଲା ବାତ୍ୟା, 10 ସନ୍ଧ୍ୟାରୁ ବର୍ଷା

ସମୁଦ୍ର ଭିତରେ ଏହାର ସର୍ବାଧିକ ପବନ 125 କିମି ରହିବ । ବାତ୍ୟା ଏବେ ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ 1020 କିମି ଦୂରରେ କେନ୍ଦ୍ରୀଭୂତ ଅଛି । ବାତ୍ୟା ପ୍ରଭାବରେ 9 ତାରିଖରୁ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇବ । 10 ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସର୍ବାଧିକ ପବନ 100 କିମି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସମୁଦ୍ର ଅଶାନ୍ତ ରହିବ, ଫଳରେ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ବାତ୍ୟାର ପ୍ରଭାବ ଉପକୂଳରେ ରହିବ । 10 ତାରିଖ ସନ୍ଧ୍ୟା ପରଠାରୁ ପ୍ରବଳ ବର୍ଷା ହେବ । ବିଶେଷକରି 10 ତାରିଖରେ ରାଜ୍ୟର ଗଜପତି, ଗଞ୍ଜାମ ଏବଂ ପୁରୀରେ ପ୍ରବଳ ବର୍ଷା ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ABOUT THE AUTHOR

...view details