ଓଡିଶା

odisha

ETV Bharat / city

ବର୍ଷା ଆଲର୍ଟ ! ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - ପାଣିପାଗ ଅପଡେଟ

ନୂଆପଡା ଓ ଗଜପତିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ରବିବାର ମଧ୍ୟରେ କାଳବୈଶାଖୀ ବର୍ଷା ନେଇ 17 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅଧିକ ପଢନ୍ତୁ..

ବର୍ଷା ଆଲର୍ଟ ! ଏହି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି
ବର୍ଷା ଆଲର୍ଟ ! ଏହି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି

By

Published : Apr 10, 2021, 8:57 PM IST

ଭୁବନେଶ୍ବର: କମିଲା ତାପମାତ୍ରା, ମିଳିଲା ଖରାରୁ ଆଶ୍ବସ୍ଥି । ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । ଉତ୍ତର ଉପକୂଳରେ ବର୍ଷା ରେକର୍ଡ କରାଯାଇଛି । ଆସନ୍ତା 3 ଦିନ ଧରି କାଳବୈଶାଖୀ ବର୍ଷା ସହ ପବନ ବହିବ ।

ବର୍ଷା ଆଲର୍ଟ ! ଏହି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି

ଆସନ୍ତା ୨୪ ଘଣ୍ଟା ରବିବାର ମଧ୍ୟରେ କାଳବୈଶାଖୀ ବର୍ଷା ନେଇ 17 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼,ଦେବଗଡ଼, କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ବର,ଭଦ୍ରକ,କୋରାପୁଟ,ମାଲକାନଗିରି,ନବରଙ୍ଗପୁର,କଳାହାଣ୍ଡି,ରାୟଗଡା,ଗଞ୍ଜାମ,ଗଜପତି,କନ୍ଧମାଳ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଘଣ୍ଟା ପ୍ରତି 30 ରୁ ୪୦ କିମି ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ୧୧ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କାଳବୈଶାଖୀ ସମ୍ଭାବନା ଅଛି । 12 ତାରିଖରେ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷାର ପ୍ରଭାବ ରହିବ । 13 ତାରିଖରୁ କାଳବୈଶାଖୀ ପ୍ରଭାବ କମିବ । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟ ଜିଲ୍ଲା ଗୁଡିକ 40 ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ଉତ୍ତର ଉପକୂଳରେ ବର୍ଷା ରେକର୍ଡ ହୋଇଛି । ଗଜପତି ଜିଲ୍ଲାରେ ସର୍ବାଧିକ ୨୭.୨ ମିଲି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details