ଓଡିଶା

odisha

ETV Bharat / city

ଉତ୍ତର ପଶ୍ଚିମ ମୁହାଁ ଲଘୁଚାପ, ଆଭ୍ୟନ୍ତରୀଣ ଜିଲ୍ଲାରେ ରେଡଆଲର୍ଟ ଜାରି - ଉତ୍ତର ପୂର୍ବ ବଙ୍ଗୋପସାଗର

ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର ପଶ୍ଚିମ ମୁହାଁ ହୋଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଅଧିକ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ...

weater update in odisha
ଉତ୍ତର ପଶ୍ଚିମ ମୁଁହା ହେଲା ଲଘୁଚାପ , ଆଭ୍ୟନ୍ତରୀଣ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି

By

Published : Sep 21, 2020, 11:23 AM IST

ଭୁବନେଶ୍ବର: ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର ପଶ୍ଚିମ ମୁହାଁ ହୋଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି(ସୋମବାର) ସମ୍ବଲପୁର ,ବରଗଡ଼,କଳାହାଣ୍ଡି,ବଲାଙ୍ଗୀର,ଝାରସୁଗୁଡା,ନୂଆପଡା, ଦେବଗଡ଼ ଆଦି 7ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ଼ ଆଲର୍ଟ ଜାରି କରାଯାଇଛି ।

ଉତ୍ତର ପଶ୍ଚିମ ମୁଁହା ହେଲା ଲଘୁଚାପ , ଆଭ୍ୟନ୍ତରୀଣ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି

ସେହିପରି କେନ୍ଦୁଝର, ଅନୁଗୋଳ, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର ଏହି 4ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି 16ଟି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି ।

ଏହି ବର୍ଷା ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ଏବଂ ଏହା ପରେ ଧୀରେ ଧୀରେ ବର୍ଷାର ପରିମାଣ ଓଡିଶା ଉପରୁ କମିବ । ଏନେଇ ଅଧିକ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details